କରୋନା ଯୋଦ୍ଧା ଆୟୁଷ ଡାକ୍ତର ମାନଙ୍କୁ ଚାରି ମାସର ଅଗ୍ରିମ ଦରମା ଓ ସୁରକ୍ଷା ବୀମା ଯୋଗାଇଦେବାପାଇଁ ଦାବୀ ପତ୍ର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଛି l ଓଡିଶାରେ ମଧ୍ୟ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l କୋଭିଡ଼-୧୯ ର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଶତାଧିକ କର୍ମଚାରୀ ଆଗଧାଡିର ଯୋଦ୍ଧା ଭାବେ ନିୟୋଜିତ ଅଛନ୍ତି l ଯାହାକି, କନ୍ଧମାଳ ଜ଼ିଲ୍ଲାରେ ଆୟୁଷ ଡାକ୍ତର ମାନେ ସବୁଠୁ ଆଗରେ ରହି ନିଜ ଜୀବନ କୁ ପାଣିଛଡ଼ାଇ କୋଭିଡ଼ ସ୍କ୍ରିନିଂ ସହିତ ରୋଗୀଙ୍କ ସେବାରେ ସବୁ ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ କରାଯାଇଛି l କିନ୍ତୁ ସୁରକ୍ଷା ବୀମା ସହିତ ଚାରିମାସର ଆଗୁଆ ଦରମା ଦିଆଯାଇ ନାହିଁ, ଫଳରେ ଡାକ୍ତରଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ନିଜ ଜୀବନକୁ ପାଣି ଛଡାଇ ଡାକ୍ତର ମାନେ କୋରାନାକୁ ପ୍ରତିହତ କରବା ପାଇଁ ଦିନ ରାତି ଲାଗିପଡିଛନ୍ତି, କିନ୍ତୁ ସମାନ କାମକୁ ସମାନ ସୁବିଧା ମିଳିପାରୁ ନାହିଁ l ଯାହା ଫଳରେ ଆୟୁଷ ଡାକ୍ତରଙ୍କ ମନୋବଳ ବୃଦ୍ଧି ପାଉନି l ଆୟୁଷ ଡାକ୍ତର ସଂଘର ସଭାପତି ଡ଼ଃ ସ୍ନେହାଶିଶ ଗିରିଙ୍କ ସମେତ ଜ଼ିଲ୍ଲାର ସମସ୍ତ ଡାକ୍ତରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ କରଛନ୍ତି ଓ ସମାନ କାମକୁ ସମାନ ଦରମା ଦେବାକୁ ମଧ୍ୟ ନିବେଦନ କରିଛନ୍ତି l ଏନେଇ ଡାକ୍ତର ସଂଘ ପକ୍ଷରୁ ଜ଼ିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ