କରୋନା ଯୋଦ୍ଧା କୁତରଙ୍ଗ ସରପଂଚ ସୀତାସୁନ୍ଦରୀ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କୁତରଙ୍ଗ ପଂଚାୟତର ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଛି । କରୋନା ଜନିତ ଲକଡାଉନ ଆରମ୍ଭ ହେବା ପରଠାରୁ ପଂଚାୟତର ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ କରୋନା ମହାମହାମାରୀ ସମ୍ପର୍କରେ ସଚେତନତା କରିବା ସହିତ ମାସ୍କ ବଂଟନ କରିଛନ୍ତି । ପଂଚାୟତ ପକ୍ଷରୁ ଖୋଲାଯାଇଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଅନ୍ତେବାସୀମାନଙ୍କୁ ଦୈନିକ ଭେଟି ସେମାନଙ୍କ ଖାଇବା, ପିଇବାର ସୁବନ୍ଦୋବସ୍ତ କରିବା ସହ ସେମାନଙ୍କ ସହିତ ଦୈନିକ କଥା ହୋଇ ସେମାନଙ୍କ ମନବଳକୁ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି । ଜଣେ ମହିଳା ଜନପ୍ରତିନିଧି ଭାବରେ କରୋନା ମହାମାରୀ ଯୋଗୁଁ ସରକାରଙ୍କ ଲକଡାଉନ ଜାରିଥିବା ସମୟରେ ସାଧାରଣଜନତାଙ୍କ ଭଲମନ୍ଦ ବୁଝିବା ସେମାନଙ୍କୁ ସଚେତନ କରାଇବାରେ ନିଜର ଦାୟୀତ୍ୱ ଓ କର୍ତ୍ତବ୍ୟକୁ ସଠିକ ଭାବରେ ସମ୍ପାଦନ କରିଛନ୍ତି । ଏହି ସବୁ ସାମାଜିକ କାର୍ଯ୍ୟ ପାଇଁ ତାଙ୍କୁ ଉତ୍କଳିୟମ ଫାଉଣ୍ଡେସନ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ସଂଗଠନର ସମ୍ପାଦକ ସୁନିଲ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ବିଡିଓ ସୁଧିର କୁମାର ସିଂ,ତହସିଲଦାର ହେମଲତା ବାହାଲିଆ,ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ,ପୈାରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ,ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ସରପଂଚଙ୍କ ପ୍ରତିନିଧି ନରୋତ୍ତମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସରପଂଚ ମଲ୍ଲିକ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ ହୋଇଥିବାରୁ ପଂଚାୟତର ଅଧିବାସୀ,ବରିଷ୍ଠ ନାଗରିକ ଓ ଶୁଭେଛୁମାନେ ସରପଂଚଙ୍କୁ ଶୁଭେଛା ଓ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ