କରୋନା ଯୋଦ୍ଧା ଡାକ୍ତର କୁନାଲ ପାତ୍ର ଆରପାରିରେ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଶୁକ୍ରୁଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର କୁନାଲ ପାତ୍ର କରୋନା ଆକ୍ରାନ୍ତରେ ଭୂବନେଶ୍ବରସ୍ଥ ଏମ୍ସ ହସ୍ପିଟାଲରେ ବୁଧବାର ଦିନ ଦେହାନ୍ତ ହୋଇଯାଇଛି ।ଜୁଲାଇ ମାସରେ ସେ କରୋନା ରେ ଆକ୍ରାନ୍ତ ହୋଇଥିଲେ, ସୁସ୍ଥ ହୋଇ ଫେରିଥିଲେ । ପୁନର୍ବାର ତାଙ୍କୁ ପୁଣି ସେପ୍ଟେମ୍ବର ୧୯ ରେ ଆଉଥରେ ଆକ୍ରାନ୍ତ ହେବା ସହ କିମ୍ସରେ କୋଭିଡ ଚିକିତ୍ସା ହେଉଥିଲେ ।ହେଲେ ଏଥର ସେ ଜୀବନ ଯୁଦ୍ଧରେ ହାରିଗଲେ । ବୁଧବାର ଦିନ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସତ୍ଯ ନଗର ଶ୍ମଶାନ ଘାଟରେ ପରିବାର ବର୍ଗଙ୍କ ଉପସ୍ଥିତରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଜଣେ ଅମାୟିକ, କର୍ତ୍ତବ୍ୟନିଷ୍ଠ ଡାକ୍ତର ଥିଲେ ।ତାଙ୍କ ମୃତ୍ୟୁରେ ଶୁକ୍ରୁଳି ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ