କରୋନା ଯୋଦ୍ଧା ନେଲେ କୋଭିଡ ବୁଷ୍ଟର ଡୋଜ୍ ଟୀକା
ନିମାପଡା, ( ସନ୍ତୋଷ ଦାଶ) :-ଏବେ ସାରା ରାଜ୍ୟ ରେ ୬୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ କୋଭିଡ ବୁଷ୍ଟର ଡୋଜ୍ ଟୀକା ପ୍ରଦାନ କରାଯାଉଛି। ପୁରୀ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ର ବିଭିନ୍ନ ବ୍ଲକ ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧିମାନଙ୍କୁ କୋଭିଡ ବୁଷ୍ଟର ଡୋଜ ଟୀକା ପ୍ରଦାନ କରାଯାଇଛି । ନିମାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ବୁଷ୍ଟର ଡୋଜ ଟୀକା ନେଇଥିଲେ। ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ପ୍ରଶାନ୍ତ କୁମାର ସାମନ୍ତରାୟ, ବି ପି ଏମ ଶିବ ନାରାୟଣ ନନ୍ଦ, ବି ଏଡ ଆଶୁତୋଷ ମିଶ୍ର ପ୍ରମୁଖ ଙ୍କ ତତ୍ତ୍ଵାବଧାନରେ ଟୀକା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


