କରୋନା ଯୋଦ୍ଧା ପ୍ରତାପ ସାହୁ : ବାଣ୍ଟୁଛନ୍ତି ଖାଦ୍ୟ, ମାସ୍କ ଓ ସାନିଟାଇଜର

ଭୁବନେଶ୍ୱର, (ଓ୍ୱାଇଏନ୍‌ଏସ୍‌): ନା ଖରା, ନା ତାତି, ନା ଦିନ, ନା ରାତିକୁ ଏକାକାର କରି ବିଶିଷ୍ଟ ସମାଜସେବୀ ତଥା ବିଭିନ୍ନ ସଙ୍ଗଠନର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁ ଯେଉଁ ସମୟରେ କରୋନା ଭୂତାଣୁ ସାରା ବିଶ୍ୱକୁ ସ୍ତବ୍‌ଧ କରିଦେଇଛି, ସେହି ସମୟରେ ମାର୍ଚ୍ଚ ୧୦ ତାରିଖରୁ କରୋନା ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା ଆରମ୍ଭ କରିଦେଇଥିଲେ । କେତେବେଳେ କିନ୍ନରମାନଙ୍କୁ ତ କେତେବେଳେ ଉଠାଦୋକାନୀମାନଙ୍କୁ ସାଙ୍ଗରେ ନେଇ ମାସ୍କ, ସାନିଟାଇଜର, ସାବୁନ, ଶୁଖିଲା ଖାଦ୍ୟ ବାଣ୍ଟିଥିଲେ । ଆଜକୁ ୬୭ ଦିନ ହେବ ଶ୍ରୀ ସାହୁ କରୋନା ବିରୁଦ୍ଧରେ ନିଜର ଯୁଦ୍ଧ ଜାରି ରଖିଛନ୍ତି ଏବଂ ୧୧୦୦୦ ହଜାରରୁ ଅଧିକ ବିସ୍କୁଟ୍ ପ୍ୟାକେଟ୍‌, ୧୦୦୦୦ରୁ ଅଧିକ ମାସ୍କ, ୨୦୦୦ରୁ ଅଧିକ ସାବୁନ, ୨୦୦୦ ଡିଟର୍ଜେଣ୍ଟ୍ ପାଉଡର ପ୍ୟାକେଟ୍‌, ୮୦୦୦ ଅଣ୍ଡା, ୫ ପେଟି ସେଓ, ୭ ପେଟି ଅଙ୍ଗୁର, ୬ ପେଟି କମଳା ଏବଂ ୧୦୦୦୦ ପାଣି ବୋତଲ ଲୋକମାନଙ୍କୁ ପ୍ରଦାନ କରିଥିଲେ । ଉଠାଦୋକାନୀ ସଂଘର ନେତା ଓ କିନ୍ନର ନେତାମାନଙ୍କୁ ନେଇ ଦୀର୍ଘ ୫୦ ଦିନ ରନ୍ଧାଖାଦ୍ୟ ମଧ୍ୟ ଲୋକମାନଙ୍କୁ ବଣ୍ଟନ କରିଥିଲେ । ସେ କେବେକେବେ ଚିକେନ୍ ତରକାରୀ, ଅଣ୍ଡା ତରକାରୀ, ଚିଙ୍ଗୁଡ଼ି ତରକାରୀ, ମାଛ ତରକାରୀ, ସାଧା ତରକାରୀ କରି ନିରାଶ୍ରୟ ଓ ଅଭାବୀ ଲୋକମାନଙ୍କୁ ବଣ୍ଟନ କରିଥିଲେ । ସେ କାହା ପାଖରେ ବିପଦର ବନ୍ଧୁ ତ କାହା ପାଖରେ ଦେବଦୂତ ବୋଲି ପରିଚିତି ପାଇଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ଫେସବୁକ୍‌ରେ ତାଙ୍କର ବହୁ ଭିନ୍ନ ମତାବଲମ୍ବୀ ଲୋକମାନେ ମଧ୍ୟ ତାଙ୍କର ଏହି କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାବାତ୍ୟା ହେଉ କି, ହୁଡ୍‌ହୁହ୍ ହେଉ କି, ତିତ୍‌ଲୀ ବାତ୍ୟା ହେଉ କିମ୍ବା ଫନୀ ବାତ୍ୟା ହେଉ ସେତେବେଳେ ମଧ୍ୟ ପ୍ରତାପ ସାହୁ ନିଜର ମାନବିକତାର ପରିଚୟ ଦେଇ ଲୋକମାନଙ୍କ ବିପଦ ସମୟରେ ସେମାନଙ୍କ ପାଖରେ ଛିଡ଼ା ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ