କରୋନା ଯୋଦ୍ଧା ଭାବେ ସ୍ମୃତି ରଞ୍ଜନ ପାଣିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ସମଗ୍ର ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଜନ ମାନସରେ ଆତଙ୍କ ଖେଳାଇଥିଲା ବେଳେ ସମାଜରେ ସ୍ବେଛାସେବୀ ମାନଙ୍କର ଅବଦାନ ଅତୁଳନୀୟ । ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲା ଜୁନିୟର ରେଡ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ବିଭିନ୍ନ ପ୍ରକାରର କରୋନା ସଚେତନତା ବାର୍ତ୍ତା ସୃଷ୍ଟି କରିବା ସହିତ କରୋନାରେ ମୃତ୍ୟୁବରଣ କରିଥିବା କିଛି ଲୋକଙ୍କ ଶବତ୍ସକାର କାର୍ଯ୍ୟରେ ମଧ୍ୟ ସହଯୋଗ କରିଥିଲେ । ବିଭିନ୍ନ ପ୍ରକାରର ସେବା କାର୍ଯ୍ୟ ପାଇଁ ଜିଲ୍ଲାର ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି ଶ୍ରୀ ପାଣିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ । ସୂଚନା ଯୋଗ୍ୟ ଶ୍ରୀ ପାଣି ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କାର୍ଯ୍ୟ କରୁଥିଲା ବେଳେ ଜିଲ୍ଲା ଜୁନିଅର ରେଡ କ୍ରସ୍ ଅଧିକାରୀ ଭାବେ ଜିଲ୍ଲାର କାର୍ଯ୍ୟ ନିର୍ବାହ କରୁଛନ୍ତି । କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ, ପ୍ରବାସୀ ଶ୍ରମିକ ମାନଙ୍କୁ ସହାୟତା, ନିଜେ ରକ୍ତ ଦାନକରି ରକ୍ତଦାନ ଶିବିର ଆୟୋଜନ କରିବା, ବାତ୍ୟା “ୟାସ” ସମୟରେ ଶିମିଳିପାଳ ମଧ୍ୟରେ ରିଲିଫ ବଣ୍ଟନ କରିବା ସହିତ କରୋନା ସମ୍ବଦ୍ଧିୟ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭରଦ୍ୱାଜ ଶ୍ରୀ ପାଣିଙ୍କୁ ପ୍ରଶଂସା କରିବା ସହିତ ଆହୁରି ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଶ୍ରୀ ପାଣିକୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ.ଡି.ଓ ନିତ୍ୟାନନ୍ଦ ବାରିକ, ପ୍ରଶାନ୍ତ କୁମାର ମହାନ୍ତି , ଦୀପ୍ତି ନାୟକ, ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଆଇ. ପି ଭାଗିରଥି ମଲ୍ଲିକ,ରାଇରଙ୍ଗପୁର ବି.ଇ.ଓ ପ୍ରକାଶ ଚନ୍ଦ୍ର ମହାଳିକ,ବାରିପଦା ବି.ଇ.ଓ ଗୌତମ ପାତ୍ର,ଶୁକୃଳି ଶିବାନନ୍ଦ ଧଡ଼ା,ବିଶୋଇ ବି.ଇ.ଓ ହରେ କୃଷ୍ଣ ବାରିକ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ତ୍ରିପାଠୀ, ପ୍ରଧାନ ଶିକ୍ଷକ ଟୁକୁଲୁ ବାସ୍କେ ପ୍ରମୁଖ ଉପସ୍ଥିତ ଥିଲେ ଓ ଏହି ଅବସରରେ ଜେ.ଆର.ସି.ଓ ଶ୍ରୀ ପାଣି ତାଙ୍କର ଏହି ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।


