କରୋନା ଯୋଦ୍ଧା ରେ ଦୁଇ ମହିଳା
ଗଞ୍ଜାମ, (ଓ୍ବାଇଏନ୍ଏସ୍):ସାରବିଶ୍ୱ କରୋନା କବଳିତଥିବା ବେଳେ ତାକୁ ମାତ ଦେବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦେକ୍ଷପମାନ ଗ୍ରହଣ କରାଯାଇଛି । ଏହି କରୋନା ରୂପକ ଯୁଦ୍ଧରେ ଡାକ୍ତର ଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମି, ଅଙ୍ଗନବାଡ଼ି ଦିଦି, ଆଶାକର୍ମି, ପୋଲିସ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ମାନେ ଗୋଟାଏ, ଗୋଟାଏ ଯୋଦ୍ଧାପାଲଟି ଏହାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି । କିଏ ନିଜର ସ୍ୱାମୀ ଠାରୁ ଦୁରେଇରହିଛି , ଆଉ କିଏ ନିଜର ଛୁଆ ଓ ପରିବାର ଠାରୁ ଦୂରରେ ରହି ଲାଗିପଡିଛନ୍ତି ଲୋକଙ୍କ ସେବାରେ । ସମସ୍ତଙ୍କର ଗୋଟାଏ ଲକ୍ଷ ଯୁଦ୍ଧ ଜିତିବେ ଓ କରୋନାକୁ ହରାଇବେ ।ଏପରି ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜମ ଅଞ୍ଚଳରେ ଦୁଇଜଣ ମହିଳା କରୋନା ଯୋଦ୍ଧାଙ୍କ କ୍ଷେତ୍ରରେ । ଗଞ୍ଜାମଏନ.ଏନ.ସି ରେ ଗୋଷ୍ଟି ସହାୟିକା ରୂପେ କାର୍ଯ୍ୟରତ ଅନିତା ଅଂଶୁମାଳି ସାହୁ କରୋନା ସଂକ୍ରମଣ କୁନେଇ ଲକଡାଉନ ଲାଗୁହେବାଦିନଠାରୁ ଏନଏସି ରେ ରେ କୋବିଡ଼ି ନୋଡ଼ାଲ ଅଫିସର ଦାଇତ୍ଵ ତୁଲାଇଆସିଛନ୍ତି । ଏନଏସି ରେ ଥିବା ମହିଳା ସଂଘକୁ ନେଇ ସଚେତନତା କରିବା ସହ ଖୋଲାଯାଇଥିବା ସଙ୍ଘରୋଧ କେନ୍ଦ୍ର ରେ ରହୁଥିବା ପ୍ରବାସି ମାନଙ୍କର ଏବଂ ସେମାଙ୍କୁ ଯୋଗଯାଉଥିବା ରାନ୍ଧଖାଦ୍ୟର ତଦାରଖ କରୁଛନ୍ତି ।ଜଣେ ମହିଳା କୋବିଡି ର ନୋଡ଼ାଲ ଅଫିସର ହେବା ତାକୁ ସଠିକ ପରିଚାଳନା କରୁଥିବା ଦେଖାଯାଇଛି ।ସେହିପରି ଅନ୍ୟଜଣେ କରୋନା ଯୋଦ୍ଧା ହେଲେ ମହିଳା ସ୍ୱାସ୍ଥ୍ୟକର୍ମି ଟୁନିଦାଶ । ସେ ଗଞ୍ଜମ ବ୍ଳକ ର କରପଡା ସବସେଣ୍ଟର ଅନ୍ତର୍ଗତ ରାଜପୁର ପଞ୍ଚାୟତ ରେ କାର୍ଯ୍ୟରତ । ପ୍ରତିଦିନ ଜୋନ ରେ ଆସୁଥିବା ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ମାକ୍ସ ପିନ୍ଧିବା, ହାତଧୋଇବା, ସମଦୁରତା ବଜାଇରଖିଥିବା , ବାହାର ଲୋକେ ଆସିଲେ ପ୍ରଶାସନକୁ ଖବର ଦେବା ନେଇ ସଚେତନତା କରିଆସୁଛନ୍ତି । ସଙ୍ଘରୋଧ କେନ୍ଦ୍ରକୁ ପ୍ରତିଦିନ ଯାଇ ରହୁଥିବା ପ୍ରାବସି ମାନଙ୍କର ସ୍ୱାସ୍ଥ୍ୟଅବସ୍ଥା ବୁଝିବା ସହ ସେମାନେ କିପରି ନିଜକୁ ସୁରକ୍ଷିତ ରଖିବେ ସେନେଇ ସଚେତନତା କରାଉଛନ୍ତି । ଯାହାର ସ୍ୱାସ୍ଥ୍ୟ ରେ କୌଣସି ଲକ୍ଷ୍ୟଣ ଦେଖାଯାଏ ସେଠାକୁ ଯାଇ ସ୍ୱତନ୍ତ୍ର କୀଟ ପିନ୍ଧି ଯାଞ୍ଚ କରୁଛନ୍ତି ।ଦୁଇ ମହିଳା କରୋନା ଯୋଦ୍ଧାଙ୍କର କାର୍ଯ୍ୟ ଶୈଳୀକୁ ବିଭିନ୍ନ ମହଲରେ ପ୍ରସଂସା କରାଯାଇଛି ।