କରୋନା ଯୋଦ୍ଧା ସନ୍ତୋଷ ବେହେରା ସମ୍ବର୍ଦ୍ଧିତ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୁରୁଷୋତ୍ତମପୁର ପଂଚାୟତ ଅନ୍ତର୍ଗତ କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରାଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଛି । କରୋନା ଜନିତ ଲକଡାଉନ ଆରମ୍ଭ ହେବା ଦିନ ଠାରୁ ଜିଲ୍ଲାର କେନ୍ଦ୍ରାପଡା, ମାର୍ଶାଘାଇ, ଗରଦପୁର, ଡେରାବିଶି, ରାଜନଗର, ଆଳି, ରାଜକନିକା. ପଟ୍ଟାମୁଣ୍ଡାଇ, ମହାକାଳପଡା ବ୍ଲକ ଅଚଂଳ ସମେତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ କରୋନା ମହାମହାମାରୀ ସମ୍ପର୍କରେ ସଚେତନତା କରିବା ସହିତ ମାସ୍କ ଓ ସାନିଟାଇଜର ପ୍ରଭୃତି ବଂଟନ କରିଆସୁଛନ୍ତି । ଅଦ୍ୟାବଧି ୩୫ହଜାରରୁ ଉର୍ଦ୍ଧ୍ୱ ମାସ୍କ ଓ ୩ହଜାର ୭ଶହରୁ ଉର୍ଦ୍ଧ୍ୱ ସାନିଟାଇଜର ବିଭିନ୍ନ ସ୍ଥାନରେ ସାଧାରଣ ଜନତା, ପୋଲିସ ଅଧିକାରୀ, ଡାକ୍ତର, ମେଡିକାଲ ଷ୍ଟାଫ, ପ୍ରଶାସନିକ ଅଧିକାରୀ ଓ ଅନ୍ୟ ସରକାରୀ କର୍ମଚାରୀମାନଙ୍କୁ ବଂଟନ କରି ସାଧାରଣରେ ପ୍ରଶଂସିତ ହୋଇଛନ୍ତି । ଶ୍ରୀ ବେହେରାଙ୍କ ଏହି ସବୁ ସାମାଜିକ କାର୍ଯ୍ୟ ପାଇଁ ତାଙ୍କୁ ଉତ୍କଳିୟମ ଫାଉଣ୍ଡେସନ ପକ୍ଷରୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।