କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ
ପାରାଦ୍ୱୀପ,(ପୀତବାସ ପ୍ରଧାନ):ଦେଶରେ କରୋନା ଯୁଦ୍ଧ ଆରମ୍ଭ ହେବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି । ଜନସାଧାରଣଙ୍କୁ କରୋନା ସମ୍ପର୍କିତ ଟିକ୍ନିକ୍ ଖବର ପହଞ୍ଚେଇବା ଠାରୁ ଆରମ୍ଭ କରି ସଚେତନତା ବାର୍ତ୍ତା ପହଞ୍ଚେଇବା ରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାକୁ ଉପଲବ୍ଧି କରି ଷଣ୍ଡକୁଦ ବସ୍ତି ର ଯୁବ ସମାଜସେବୀ ଅର୍ଜିଲ ଶିବା ଓ ତାଙ୍କର ସହଯୋଗୀ ସୋମବାର ଦିନ ପାରାଦ୍ୱୀପ ର କାର୍ଯ୍ୟରତ ସମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଲକ୍ଡାଉନ୍ ହେବା ପର ଠାରୁ ସମଜସେବୀ ଶିବା ଅସହାୟ ଗରୀବ ଲୋକମାନଙ୍କୁ ସଚେତନ କରେଇବା ସହ ଶୁଖିଲା ଖାଦ୍ୟ ପ୍ରତ୍ୟହ ପ୍ରଦାନ କରି ଆସୁଛନ୍ତି । ଷଣ୍ଡକୁଦ ଅଞ୍ଚଳରେ ତାଙ୍କର ଏହି କାର୍ଯ୍ୟକୁ ଜନସାଧାରଣ ବହୁଳଭାବେ ପ୍ରଶଂସା କରୁଛନ୍ତି । ଅସମୟର ବନ୍ଧୁ ପ୍ରକୃତ ବନ୍ଧୁ ଭାବେ ଅର୍ଜିଲ ଶିବା ସମସ୍ତଙ୍କୁ ସାହାଯ୍ୟ କରିଥାଆନ୍ତି । ଏହି ସମ୍ବର୍ଦ୍ଧନା ସମାରୋହରେ ଅର୍ଜିଲ ଭେଙ୍କଟରମଣ, ପ୍ରଫୁଲ ପରିଜା, ବିରଜା ପ୍ରସାଦ ତ୍ରିପାଠୀ, ଚକା ରାମନା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କ କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ ।