କରୋନା ରୋଗୀଙ୍କୁ ଭାରତ ପଠାଇବାକୁ ଯୋଜନା କରୁଛି ପାକିସ୍ତାନ!

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ କରୋନା ଦ୍ୱାରା କବଳିତ । ସମସ୍ତେ ଏଥିରୁ କେମିତି ମୁକୁଳିବେ ସେନେଇ ତ୍ରାହି ତ୍ରାହି ଡାକୁଛନ୍ତି । ସବୁ ରାଷ୍ଟ୍ର ଏନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପାକିସ୍ତାନ କିନ୍ତୁ ଏକ ଭିନ୍ନ ଷଡ଼ଯନ୍ତ୍ର କରୁଥିବା ଜଣାଯାଇଛି । ଏ ସମ୍ପର୍କରେ ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ ଏକ ବିସ୍ଫୋରକ ସୂଚନା ଦେଇଛନ୍ତି । ଭାରତକୁ କରୋନା ରୋଗୀ ଛାଡ଼ିବା ଲାଗି ପାକିସ୍ତାନ ଯୋଜନା କରୁଥିବା ଦିଲବାଗ ସୂଚନା ଦେଇଛନ୍ତି । ଆଗରୁ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତ ପଠାଉଥିଲା । ଏବେ କରୋନା ରୋଗୀଙ୍କୁ ଭାରତ ପଠାଇବା ପାଇଁ ଯୋଜନା କରୁଥିବା ଦିଲବାଗ କହିଛନ୍ତି । କରୋନା ରୋଗୀ ପଠାଇ କାଶ୍ମୀରରେ ସଂକ୍ରମଣ ଯୋଜନା କରୁଛି । କାଶ୍ମୀରବାସୀଙ୍କ ପ୍ରଭୂତ କ୍ଷତି ପାଇଁ ପାକିସ୍ତାନ କରୋନା ରୋଗୀଙ୍କୁ ପଠାଇବା ପାଇଁ ଲକ୍ଷ୍ୟ ରଖିଛି । ତେବେ ଏହା ଉପରେ ଆମେ ନଜର ରଖିଛୁ ବୋଲି ଦିଲବାଗ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ