କରୋନା ରୋଗ ପ୍ରତିରୋଧ ବୃଦ୍ଧି ପାଇଁ ଔଷୋଧ କିଟ୍ ବଣ୍ଟନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବର୍ତ୍ତମାନ ଏହା ଏକ ପ୍ରମୁଖ ଚିକିତ୍ସା ହୋଇଛି । ଏହାକୁ ଆଧାର କରି ପାରଳାଖେମୁଣ୍ଡି ସହରର କରୋନା ଜନିତ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାଙ୍କୁ ହ୍ରାସ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡ ଓ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବୃଦ୍ଧବ୍ୟକ୍ତି ଓ ଦୁର୍ବଳ ଲୋକମାନଙ୍କୁ ଏହି ମାଗଣା ଔଷୋଧ କିଟ୍ ବଣ୍ଟନ କରାଯାଉଛି । ସହରର ୱାର୍ଡ ନଂ-୩ ଠାରେ ଏହି କାର୍ଯ୍ୟକ୍ରମ ପ୍ରଥମେ ଶୁଭାରମ୍ଭ ହୋଇଛି । ଜିଲାପାଳ ଅନୁପମ ସାହା ଏହି ଔଷୋଧ କିଟ୍ ବଣ୍ଟନରେ ପ୍ରଥମେ ଉପସ୍ଥିତ ରହି ବୃଦ୍ଧବ୍ୟକ୍ତି ମାନଙ୍କୁ ଏହି ସବୁ ସାମଗ୍ରୀ ବଣ୍ଟନ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ତାର ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି ଯେ, ଜିଲା ପ୍ରଶାସନ ପକ୍ଷରୁ ୪ ଗୋଟି ର‌୍ୟାପିଡ୍ ଟିମ୍ ଗଠନ କରାଯାଇଛି । ଏଥିରେ ଦିଆଯାଉଥିବା ଔଷୋଧରେ ଜିଙ୍କ୍‌ଆଇରନ୍‌, କ୍ୟାଲସିୟମ୍‌, ବି କମ୍ପେ୍ଲସ୍ , ଭିଟାମିନ୍ ସି ବଣ୍ଟନ କରାଯାଉଛି । ଏହି ଔଷୋଧ ଦ୍ୱାରା ମନୁଷ୍ୟ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ