କରୋନା ସଂକ୍ରମଣକୁ ନେଇ ମିଳିତ ନାଗରିକ କମିଟି ପକ୍ଷରୁ ଉଦ୍‌ବେଗ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା) : କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ଏକ ବୈଠକରେ ଉଦବେଗ ପ୍ରକାଶ ପାଇଛି ।ସାମାଜିକ ଦୁରତା ରକ୍ଷା କରି ରାମ ମନ୍ଦିର ସଭାଗୃହରେ ଡ.ଅରୁପ ଜେନାଙ୍କ ପୌରହିତ୍ୟରେ କମିଟି ସଭ୍ୟମାନେ ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଚଳିତ ସେପ୍ଟେମ୍ବର ମାସ ଆରମ୍ଭରୁ ଲକଡାଉନ୍ ସଟଡାଉନ୍ ଉଠାଇ ଦିଆଯାଇଛି । ପଜିଟିଭ ସଂଖ୍ୟା କମିବା ପରିବର୍ତେ ପ୍ରତିଦିନ ବଢ଼ୁଛି ।ପ୍ରଶାସନ ପକ୍ଷରୁ ସାମାଜିକ ଦୁରତା ରକ୍ଷା,ଏଣେ ତେଣେ ଛେପ ନପକାଇବା,ମାସ୍କ ବ୍ୟବହାର ଉପରେ ସଚେତନ କରିବାକୁ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଥିଲା ।ଅଳ୍ପ ସମୟ ବ୍ୟବଧାନରେ ପୋଲିସ ପେଟ୍ରୋଲିଂ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।ସ୍ୱାବ ପରିକ୍ଷାରେ ବିଳମ୍ବ ମାତ୍ରାଧିକ ଯୋଗୁଁ ପଜିଟିଭ ସଂଖ୍ୟା ବଢ଼ୁଛି ।ଜିଲ୍ଲାର ପଜିଟିଭ ସଂଖ୍ୟା ଓ ସୁସ୍ଥ ହେବା ସଠିକ ତଥ୍ୟ ନିୟମିତ ଭାବେ ଦିଆଯାଉ ।କେତେକ ମୃତ୍ୟୁକୁ ପ୍ରଶାସନ ଓ ସରକାର ଏଡାଇ ଯାଉଥିବାରୁ ସଂକ୍ରମଣ ବଢ଼ୁଥିବା ବୁଦ୍ଧିଜୀବି ମାନେ ପ୍ରକାଶ କରିଥିଲେ ।ଆଗାମୀ ଦିନରେ ମୃତ ବ୍ୟକ୍ତିଙ୍କୁ କିଛି ସହାୟତା ଦେବାରେ ସହାୟକ ହେବ । ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅଭାବ,ସଂକ୍ରମିତ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ସ୍ଥାନରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବାକୁ ମତ ପ୍ରକାଶ ପାଇଛି ।ସୁସ୍ଥ ହୋଇ ଫେରୁଥିବା ରୋଗୀଙ୍କ ଅଭିଯୋଗ ଯେ ଅପରିଷ୍କାର ପରିମଳ ଓ ପାଇଖିନା ବ୍ୟବହାର ଯୋଗ୍ୟ ପାଇଁ ଦୃଷ୍ଟି ଦିଅନ୍ତୁ, ଭେଂଟିଲେଟର ଠିକସେ ଚାଲୁନାହିଁ ଆବଶ୍ୟକ ଭେଂଟିଲେଟର ଯୋଗାଇବା ସହ ତାଲିମ ପ୍ରାପ୍ତ ଅପରେଟର ନିଯୁକ୍ତି କରାଯାଉ ।ରୋଗୀଙ୍କ ପାଇଁ ନିୟମ ଅନୁଯାୟୀ ଉନ୍ନତ ମାନର ଖାଦ୍ୟ ଦିଆଯାଉ ।ଆବଶ୍ୟକ ସଂଖ୍ୟାରେ ବିଶେଷଜ୍ଞ ଡାକ୍ତର ଚୁକ୍ତି ଅନୁସାରେ କାର୍ଯ୍ୟରେ ତୁରନ୍ତ ଯୋଗ ଦିଅନ୍ତୁ । ସହରକୁ ନିୟମିତ ସାନିଟାଇଜ କରିବାକୁ ପଦକ୍ଷେପ ନିଆଯାଉ । ଅନ୍ୟାନ୍ୟ ଅଧିକାରୀ ଓ ପୋଲିସ ଲୋକଙ୍କୁ ଖରାପ ବ୍ୟବହାର ନକରି ପେଟ୍ରୋଲିଂ ଓ ଚେକିଂ କଡାକଡି କରନ୍ତୁ ।ମାଇକ ପ୍ରଚାର ନିୟମିତ କରାଯାଉ ।କଲେଜରେ ଚାଲିଥିବା କୋଭିଡ ସେଂଟରକୁ କୌଣସି ଡାକ୍ତର ଯାଉନଥିବା ଫେରୁଥିବା ରୋଗୀଙ୍କ ସୁଚନା ଅନୁସାରେ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ମିଳିତ ନାଗରିକ କମିଟି ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି । ନାଗରିକ କମିଟି ,ପ୍ରେସ,ଆଇନଜୀବୀ,ବୁଦ୍ଧିଜୀବି,ସ୍ୱଛାସେବୀ ସଂଗଠନ ଓ ଲୋକ ପ୍ରତିନିଧିଙ୍କ ସହଯୋଗ ନିଆଯାଇ କୋଭିଡ ନିୟନ୍ତ୍ରଣ କରିବାକୁ ସରକାର ଓ ପ୍ରଶାସନଙ୍କୁ ପରାମର୍ଶ ଦିଆଯାଇଛି । ରୋଗୀ ସମ୍ପର୍କିୟଙ୍କ ଅନୁସାରେ ଭୁବନେଶ୍ୱର କିମ୍ସ ହସପିଟାଲରେ ଚିକିତ୍ସା ଜନିତ ଅବହେଳା ତୃଟିକୁ ଗୁରୁତ୍ୱର ସହ ସୁଧାରିବା ପାଇଁ ଅନୁଷ୍ଠାନର ମୁଖ୍ୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।କମିଟିର ଆଲୋଚନାରେ ଆବାହକ ଅଶୋକ ପରିଡ଼ାଙ୍କ ସମେତ ଆଇନ ପରାମର୍ଶଦାତା ବିଜୟକୃଷ୍ଣ ପଟ୍ଟନାୟକ,ଆଇନଜୀବୀ ସୀଦ୍ଧେଶ୍ୱର ଦାସ,ବିଜୟ ମହାନ୍ତି,ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଶନ୍ନ ପଟ୍ଟନାୟକ,ରାଜ କିଶୋର ବେହେରା,ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକ,କୁନ୍ଦନ ସିଂ,ଗୋବିନ୍ଦ ଘଟାଲ,ଉମେଶ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ