କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ସଚେତନତା

କେନ୍ଦ୍ରାପଡା : ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯିବା ପରେ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମା ଶିଶୁମନ୍ଦିର ପରିଚାଳନା କମିଟି ସହଯୋଗରେ ଗାଁକୁ ଗାଁ ବୁଲି କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ୪ଜଣ ଗୁରୁଜୀ ଓ ଗୁରୁମାଙ୍କୁ ନେଇ ଏକ ଦଳ ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ସମ୍ପର୍କରେ ପ୍ରଚାରପତ୍ର ଓ ମାସ୍କ ବାଂଟି ସଚେତନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀମାନେ କିଭଳି ନିରାପଦରେ ଘରେ ରହି ପାଠପଢି ପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ । ବାଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ପ୍ରତିଷ୍ଠାତା ସଭାପତି ତଥା ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଯୋଗଦେଇ ୧୦କିଲୋମିଟର ପରିଧି ମଧ୍ୟରେ ଥିବା ଗାଁ କୁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ