କରୋନା ସଂକ୍ରମଣ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କଲା ପୋଲିସ

ବୁଗୁଡା (ଅନିଲ କୁମାର ମହାରଣା) : ମହାମାରୀ କରୋନା ପାଇଁ ପ୍ରତିଷେଧକ ଓ ଔଷଧ ବାହାରିନଥିବା ବେଳେ ସତର୍କତା ହିଁ ଏକମାତ୍ର ପନ୍ଥା।ଆମ ଦେଶର ପ୍ରଧାନମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନାର ଭୟାବହକୁ ଆକଳନ କରି ଦେଶ ଓ ରାଜ୍ୟରେ ଲକ୍ ଡାଉନ ଘୋଷଣା କରି ସମସ୍ତେ ଘରେ ରହି ସୁରକ୍ଷିତ ରାହବାକୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ବୃନ୍ଦ, ବ୍ଲକ ପ୍ରଶାସନ ବୃନ୍ଦ ଦିବା ରାତ୍ର ଏକାକାର କରି କରୋନା ଭୂତାଣୁ ପ୍ରତି ସଜାଗ ରହିବା ପାଇଁ ଟିଭି, ଖବର କାଗଜ, ଡ଼ାକବାଜି ଯନ୍ତ୍ର, ସୋସିଆଲ ମିଡିଆ ଓ ପ୍ରତି ପଞ୍ଚାୟତରେ ଜନସଚେତନତା ସଭା କରିଥିଲେ ମଧ୍ୟ କେତକ ବ୍ୟକ୍ତି ଆଇନକୁ ଭୃକ୍ଷେପ କରୁନାହାଁନ୍ତି। ଯାହା ଫଳରେ ପୋଲିସ ଆଇନ ଶୃଙ୍ଖଳା ଭାଙ୍ଗୁଥିବା ବ୍ୟକ୍ତିଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେଉଛି। ଏହି ପରିପ୍ରେକ୍ଷୀରେ ବୁଗୁଡା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏସଆଇ ତନୁଶ୍ରୀ ସାହୁ ଓ କାର୍ତ୍ତିକ ନାୟକ ଏବଂ ଏଏସଆଇ ଯୁଧିଷ୍ଠିର ମହାଙ୍କୁଡ଼ ଓ ଅମୀୟ କୁମାର ପାଢୀ ପ୍ରମୁଖ ପୋଲିସ ଅଧିକାରୀ ଜନତା କାର୍ଫୁ ପୂର୍ବ ଦିନରୁ ଜନତା ଓ ବ୍ୟବସାୟୀ ମାନଙ୍କୁ ବାରମ୍ବାର ଆଇନ ସମ୍ପର୍କରେ ସଚେତନତା କରି ଆସୁଥଲେ ମଧ୍ୟ ମୁଷ୍ଟିମେୟ କେତକ ବ୍ୟବସାୟୀ ଓ ବ୍ୟକ୍ତି ବିଶେଷ ଆଇନ ଶୃଙ୍ଖଳା ଭଙ୍ଗ କରିବା ଯୋଗୁଁ ବୁଗୁଡା ପୋଲିସ ଗତକାଲି ତିନିଜଣ ବେପାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବେଳେ ଆଜି ଜଣେ ବ୍ୟକ୍ତି ବିନାକାରଣରେ ବାହାରେ ବୁଲୁଥିବା ଯୋଗୁଁ ଏକ ମାମଲା ରୁଜ୍ଜୁ କରିଛି।ଯେଉଁମାନେ ଲକ୍ ଡାଉନ ଆଇନ ଭଙ୍ଗ କରିବେ ବୁଗୁଡା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ