କରୋନା ସଂକ୍ରମଣ ସଚେତନତା ଭିଡିଓ କରି ସୋସିଆଲ ମିଡ଼ିଆ ରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କ୍ରୀଡ଼ା ଶିକ୍ଷକ ପ୍ରତୀରଞ୍ଜ

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ):କରୋନା ସଂକ୍ରମଣ କୁ ରୋକିବା ପାଇଁ ପାଇଁ ସମଗ୍ର ଦେଶରେ ଲକଡାଉନ୍ ପରିସ୍ଥି ତି ସୃଷ୍ଟି ହୋଇଛି ।ଏପରି ପରିସ୍ଥିତି ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନର ବ୍ୟକ୍ତିବିଶେଷ ମାନେ ଲୋକଙ୍କୁ ସଚେତନ କରିବା ନିମନ୍ତେ ବିଭିନ୍ନ ସମାଜିକ ଗଣମାଧ୍ୟମ ରେ ବିଭିନ୍ନ ପ୍ରକାର ସଚେତନ ଭିଡ଼ିଓ ଏବଂ ମେସେଜ ମଧ୍ୟ ଛାଡ଼ୁଛନ୍ତି ଆଉ ଏହି ଭିଡ଼ିଓ କୁ ଦେଖି ଲୋକ ସଚେତନ ହେଉଥିବା ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ ଗଂଜାମ ସହର ସହର ସ୍ଥିତ ଭାରତୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଶ୍ରୀ ପ୍ରିତିରଞ୍ଜନ ପ୍ରଧାନ ଲକଡାଉନ ସମୟରେ କରୋନା ସଚେତନକୁ ନେଇ ନିଜର ଅଭିନୟ ମାଧ୍ୟମରେ ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡି ବେସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଲକଡ଼ାଉନ ସମୟ ରେ ବାହାରକୁ ବାହାରିଲେ ନିୟମ ଭାଙ୍ଗିଲେ କଣ ଅବସ୍ଥା ହୁଏ ତାହା ଅଭିନୟ ମଧ୍ୟରେ ଦର୍ଶାଇଛନ୍ତି। ଅଭିନୟ ମାଧ୍ୟମରେ ସେ ଦେଇଥିବା ବାର୍ତ୍ତା କୁ ଲୋକେ ଖୁବ ପସନ୍ଦ କରିବା ସହ ରେକର୍ଡ ସଂଖ୍ୟକ ସେର କରିଥିବା ଦେଖାଯାଇଛି।ପେଷାରେ ସେ ଜଣେ କ୍ରୀଡ଼ ଶିକ୍ଷକ ହୋଇଥିଲେ ମଧ୍ୟ ଓଡ଼ିଆ ସିନେମା ଜଗତର ରେ ଜଣେ ଭଲ କଳାକାର ଭାବେମଧ୍ୟ ବିଭିନ୍ନ ଓଡ଼ିଆ ଧାରାବାହିକ ମାନଙ୍କରେ ନିଖୁଣ ଅଭିନୟ କରି ଦର୍ଶକ ଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତତ ସହିତ ଜଣେ ଗୀତିକାର ଭବେ ସଙ୍ଗୀତ ଜାଗତରେ ବେଶ ଜଣାଶୁଣା । ଏବେ କରୋନା କୁ ନେଇ ସମଗ୍ର ଦେଶ ରାଜ୍ୟ ଭୟଭୀତ ଥିବା ବେଳେ ପ୍ରୀତିଙ୍କ ସଚେତନ ମେସେଜ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ