କରୋନା ସଙ୍କଟ: ଅତ୍ୟାବଶ୍ୟକ ସାମଗ୍ରୀ ଓ ପରିବହନ ପାଇଁ ହେଲ୍ପଲାଇନ୍ ନମ୍ବର ଜାରୀ
କରୋନାକୁ ନେଇ ଦେଶ ତଥା ରାଜ୍ୟ ସବୁଠି ତତ୍ପରତା ଦେଖାଦେଇଛି । କରୋନାର ଭାଇରସ ଠାରୁ ବଂଚିବା ପାଇଁ ଲୋକଙ୍କୁ ସରକାର ସଚେତନ ଉପାୟ ଆପଣେଇବାକୁ କହିଛନ୍ତି କରୋନା ପାଇଁ କଡ଼ାକଡ଼ି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।ଅନେକ ରାଜ୍ୟ ଲକ୍ଡାଉନ୍ କରିଦେଲେଣି । ଓଡ଼ିଶା ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି । ହେଲ୍ପଲାଇନ୍ ‘ସାଧନ’- ନମ୍ବର- ୧୫୫୩୩୫ ରହିଛି ; ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ ଅଭିଯୋଗ କରିହେବ।ଲୋକଙ୍କୁ କୌଣସି ସମସ୍ୟା ଓ ଅସୁବିଧା ନହେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।ଉଲ୍ଲେଖନୀୟ ଯେ କରୋନା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍-୧୯ ଫଣ୍ଡକୁ ସୋମବାର ୩ ମାସର ଦରମା ଦାନ କରିଛନ୍ତି । ଏହାସହ ଫଣ୍ଡକୁ ଦାନ ଦେବାକୁ ଅପିଲ୍ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।


