କରୋନା ସଚେତନତା କଲେ ସେଣ୍ଟ ଜାଭିୟର ହାଇସ୍କୁଲ
ହାଟଡ଼ିହି, : ସାରା ଦେଶରେ ‘କରୋନା’ ଭାଇରସ ତାର କାୟା ବିସ୍ତାର କରିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ତାକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ଆଜି ପର୍ଯ୍ୟନ୍ତ ଏହାର ପ୍ରତିଷେଧକ ବାହାରି ନଥିବାବେଳେ କେବଳ ସଚେତନତା ଦ୍ୱାରା ଏହାର ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସରକାର ଘୋଷଣା କରିଛନ୍ତି । ତେଣୁ ସଚେତନତାକୁ ପରିବ୍ୟାପ୍ତ କରିବାକୁ ଆଗେଇ ଆସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଚଣ୍ଡୀଆ ବିରଞ୍ଚିପୁରରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲ । ସ୍କୁଲ ପକ୍ଷରୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଗାଁ ଗାଁ ବୁଲି ଲୋକମାନଙ୍କୁ କରୋନାରୁ ରକ୍ଷା ପାଇବାପାଇଁ ସାବୁନରେ ବାରମ୍ବାର ହାତ ଧୋଇବା, କାଶ ଛିଞ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ କିମ୍ବା ଟିସୁ ପେପର ଦ୍ୱାରା ଘୋଡାଇ ରଖିବା, ବ୍ୟବହୃତ ଟିସୁ ପେପରକୁ ଢ଼ାଙ୍କୁଣି ଥିବା ଡଷ୍ଟବିନରେ ପକାଇବା, ଜନଗହଳି ଠାରୁ ଦୁରେଇ ରହିବା, ଆଖି ନାକ ଏବଂ ପାଟିକୁ ସ୍ପର୍ଶ ନକରିବା,ମାକ୍ସ ବ୍ୟବହାର କରିବା ଆଦି ବିଷୟରେ ସଚେତନ କରିବା ସହିତ କୌଣସି ଗୁଜବକୁ ବିଶ୍ୱାଷ ନକରିବା ଲାଗି ଲୋକମାନଙ୍କୁ ସଚେତନ କରାଉଛନ୍ତି । ସେଣ୍ଟଜାଭିୟର ହାଇସ୍କୁଲର ସଭାପତି ଉଦୟନାଥ କର ପତାକା ହଲାଇ ଏହାର ଶୁଭାରମ୍ଭ କରିଥିବାବେଳେ ଉପାଧ୍ୟକ୍ଷ ଗୋଲଖ ବିହାରୀ ସାହୁ, ନିରଞ୍ଜନ ନାୟକ, ରାଜେଶ ବେହେରା, ବିଜୟ ପହି, ବ୍ରହ୍ମାନନ୍ଦ ମଲ୍ଲିକ, ପାର୍ଥସାରଥି ଜେନା, ପ୍ରଶାନ୍ତ ଦାସ, ଦୟାନିଧି ଚିନରା, ସୁଦୀପ୍ତ ଦାସ, ହିମାଂଶୁ ବାରିକ, ପ୍ରଦୀପ ଯେନା, ସୁଚିସ୍ମିତା ବାରିକ, ସୁଚିତ୍ରା ଦାସ, ଶଶ୍ୱତୀ ପଲତା, ସଦ୍ୟଲକ୍ଷ୍ମୀ ଜେନା ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।