କରୋନା ସଚେତନତା କାର୍ଯ୍ୟକ୍ରମରେ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ଜିଲ୍ଲାର ଆଗରେ

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ସଚେତନତା କାର୍ଯ୍ୟକ୍ରମରେ ବନ୍ତ ବ୍ଲକର ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ସ୍ୱେଚ୍ଛାସେବୀ ସଂସ୍ଥା ଜିଲ୍ଲାର ଆଗରେ ରହିଥିବା ଜିଲ୍ଲା ଏନ୍‌.ଜି.ଓ ସେଲ୍ ତଥ୍ୟରୁ ଜଣାଯାଇଛି । ବନ୍ତ ବ୍ଲକର ଗୋପିନାଥପୁର, ଚାରିଗାଁ, ଅଣିଜୋ, ବଡବର୍ଚ୍ଚିକୟାଁ, ବଡମହିଷଗୋଠ, ପୁରୁଷଣ୍ଢ, ବିଟିପୁର, ମହାନ୍ତିପଡା ଆଦି ୮ଟି ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମର ଆଦିବାସୀ ଓ ହରିଜନ ବସ୍ତିରେ ସଂସ୍ଥା ତରଫରୁ ଲକ୍ ଡାଉନ୍‌ର ସମସ୍ତ ନିୟମ ପାଳନ କରି କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ଯଥା- ସାବୁନ୍‌ରେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ନିଶାଦ୍ରବ୍ୟ ସେବନ ନକରିବା, ବାହାରେ ଛେପ, ଖଙ୍କାର ନପକାଇବା, ବୃଦ୍ଧ ଓ ଶିଶୁ ମାନଙ୍କର ବିଶେଷ ଯତ୍ନ ନେବା, ଥଣ୍ଡା, କାଶ, ଛିଙ୍କ, ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସିତ ହେବା, ପ୍ରବାସୀ ଓଡିଆ ମାନଙ୍କ ପଞ୍ଜୀକରଣ କରାଇବା ବିଷୟରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା । ସଂସ୍ଥାର ନିଜସ୍ୱ ପାଣ୍ଠିରୁ ଖାଦ୍ୟ ସୁରକ୍ଷାରୁ ବଞ୍ôଚତ୨୩୫ ପରିବାରଙ୍କୁ ଶୁଖିଲା ଖାଦ୍ୟ ଦିଆଯିବା ସହିତ ୨୧୫୦ ପରିବାରକୁ ମାସ୍କ, ହାତ ଧୋଇବା ସାବୁନ୍ ବଣ୍ଟନ କରାଯାଇଛି । ଏଥିସହିତ ୫୪ ଜଣ ନିର୍ମାଣ ଶ୍ରମିକ ଓ ମନରେଗା ଶ୍ରମିକ ମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସଚେତନ କରାଯାଇ ମାସ୍କ ବଣ୍ଟନ କରାଯାଇଛି । ଅସହାୟ ମାନଙ୍କୁ ଦିଆଯାଇଥିବା ମାଗଣା ଖାଦ୍ୟର ତଦାରଖ ଓ ବିଭିନ୍ନ ଟି.ଏମ୍‌.ସିକୁ ପରିଦର୍ଶନ କରି ତଦାରଖ କରାଯାଇଛି । କୋଭିଡ୍‌-୧୯ ପାଇଁ ସରକାରଙ୍କ ରେସନ୍‌, ରିଲିଫ, ନିର୍ମାଣ ଶ୍ରମିକ ମାନଙ୍କୁ ଅର୍ଥରାଶି ପ୍ରଦାନ ବେଳେ ସଂସ୍ଥାର ସ୍ୱେଚ୍ଛାସେବୀ ମାନେ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିଥିଲେ । ବିଭିନ୍ନ ଗ୍ରାମ ପଞ୍ଚାୟତର କୋଭିଡ୍‌-୧୯ ସଚେତନତା ଏବଂ ଶୁଖିଲା ଖାଦ୍ୟ, ମାସ୍କ ଓ ସାବୁନ୍ ବଣ୍ଟନ କାର୍ଯ୍ୟକ୍ରମରେ ବନ୍ତ ବ୍ଲକର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ, ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସିଂହ, ଗୋପିନାଥପୁର ସରପଞ୍ଚ ଅଶୋକ ଦାସ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ବଡବର୍ଚ୍ଚିକୟାଁ ସରପଞ୍ଚ ବିଷ୍ଣୁମୋହନ ଜେନା, ଚାରିଗାଁ ସରପଞ୍ଚ ବନମାଳୀ ବେହେରା, ଅଣିଜୋ ସରପଞ୍ଚ ଜଗବନ୍ଧୁ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ସଂସ୍ଥାର ସଂପାଦକ ଗୋପିନାଥ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ, କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମକୁ ସଂସ୍ଥାର ସ୍ୱେଚ୍ଛାସେବୀ ପ୍ରଦୀପ ଜେନା, ତୁଳସୀ ମହାନ୍ତି, ଟି.ଅଜୟ କୁମାର, ସଙ୍ଗୀତା ପାଣିଗ୍ରାହୀ, ରାଜେଶ ଦାଶ, ପରେଶ ନାୟକ, ବରୁଣ ପେରେଇ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ