କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ, (ଯୁଗାବ୍ଦ ନ୍ୟୁଜ) :-କୋଭିଡ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କଲେ କଟକର ଅଗ୍ରଣୀ ସମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ । ଦେଶ,ରାଜ୍ୟ ସ୍ତରରେ ହୁ ହୁ କି ବଢୁଥିବା କୋଭିଡ ରୋଗୀଙ୍କ ସଂଖ୍ୟା ସଭିଙ୍କୁ ଚିନ୍ତା ଗ୍ରସ୍ତ କରୁଛି । ଏହି ଭଳି ରୋଗୀଙ୍କ ସଂଖ୍ୟା ବଢିଲେ ଲକ ଡାଉନ ଓ ସେଟ ଡାଉନ ହେବାର ଅଧିକ ମାତ୍ରାରେ ସମ୍ଭାବନା ରହୁଛି । । ଏହି ସମ୍ଭାବନା ସତ୍ୟରେ ପରିଣତ ନ ହେଉ ବୋଲି ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ପ୍ଲାକାର୍ଡ ଧରି ଯୋବ୍ରା ଟ୍ରାଫିକ ଛକ,ଆଇ ଲଭ କଟକ ପାଖ ଛକରେ ନାଗରିକଙ୍କୁ କୋଭିଡ ସଚେତନତା ବାର୍ତ୍ତା ଦେବା ସହ, ମାସ୍କ ବଣ୍ଟନ କରାଯାଇଛି । ଏହି ସେବା କାର୍ଯ୍ୟକ୍ରମରେ ମାଲଗୋଦାମ ଆଇ ଆଇ ସି,ସିଧେସ୍ୱରୀ ସିଂ, ସତ୍ୟ ରଞ୍ଜନ ବାରିକ, ଲିମା ମହାପାତ୍ର, ଆରତୀ ମହାରଣା, କସ୍ତୁରୀ ବାରିକ ଉପସ୍ଥିତ ଥିବା ବେଳେ ସଭାପତି ଶ୍ରୀମାନ ମନୋଜ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟଟି ସମ୍ପନ୍ନ ହେଇଥିଲା ।


