କରୋନା ସଚେତନତା ନେଇ ଚମ୍ପୁଆ ବିଧାୟିକାଙ୍କ ଜଲହରି ଗ୍ରାମପନଚାୟତ ପରିଦର୍ଶନ

ଯୋଡା (ସମୀର କୁମାର ଦାସ) : ବ୍ଲକର ବିଭିନ୍ନ ଗ୍ରାମପନଚାୟତରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହିତ ବିଭିନ୍ନ ଯୋଜନା ମାଧ୍ୟମରେ ଲକଡାଉନ୍ ନିୟମକୁ ପାଳନ କରି ଘରେ ରହୁଥିବା ଗରିବ ଅସହାୟ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ , ଅତ୍ୟାବଶକୀୟ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି । ସାଧାରଣ ଲୋକେ ଏହି ସବୁ ଯୋଜନାରେ ମିଳୁଥିବା ସୁବିଧା ସୁଯୋଗ କେତେ ଦୂର ପାଇପାରୁଛନ୍ତି, ଏହାର ସମୀକ୍ଷା କରିବା ପାଇଁ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦.୩୦ ମିନିଟ୍ ସମୟରେ ଜଲହରି ପନଚାୟତ କାର୍ଯ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ବିଧାୟିକା ମୀନାକ୍ଷୀ ମହାନ୍ତ ଗୃହହୀନ ଗରିବ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ , ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ୩ ମାସର ରାସନ ସାମଗ୍ରୀ ଓ ରାସନ ସାମଗ୍ରୀ ବଂଟନ ବେଳେ ସାମାଜିକ ଦୂରତା ରକ୍ଷା ସମ୍ପର୍କରେ ସ୍ଥାନୀୟ ସରପନଚ ମିତା ମୁଣ୍ଡା ଓ ପନଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଙ୍ଗାଧର ପାତ୍ରଙ୍କୁ ପଚାରି ବୁଝିଥିଲେ । ବିଧାୟିକାଙ୍କ ପକ୍ଷରୁ କରୋନା ଭାଇରସ ସଂକ୍ରମଣରୁ ବର୍ତିବା ପାଇଁ ୫ଶହ ଲୋକଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା । ଏହା ସହିତ ଅଂଚଳରେ କରୋନା ସନ୍ଦିଗ୍ଧ ଙ୍କ ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ ପରାମର୍ଶ ଦେବା ସହିତ ଲକଡାଉନ୍ ନିୟମ କୁ ପାଳନ କରିବା ପାଇଁ ଉପସ୍ଥିତ ଲୋକମାନଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ