କରୋନା ସଚେତନତା ବାର୍ତ୍ତା ଦେଲେ ପ୍ରଶାସନିକ ଅଧିକାରୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଦୀପାବଳୀ ପର୍ବକୁ ଆଖିଆଗରେ ରଖି ଆଜି ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ବସଷ୍ଟାଣ୍ଡ ଠାରୁ ଥାନା ଛକ ଯାଏଁ ଥିବା ସମସ୍ତ ବ୍ୟବସାୟୀ ମାନଙ୍କୁ ବାଧ୍ୟତାମୂଳକ ମାସ୍କ ବ୍ୟବହାର କରିବା ଓ ଦୀପାବଳୀ ସମୟରେ କରୋନା ସମ୍ପର୍କିତ ଆଇନକାନୁନକୁ ମାନିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ଏହା ସହିତ କରୋନା ବାବଦୀୟ ପ୍ରଚାରପତ୍ର ମଧ୍ୟ ଜନସାଧାରଣ ମାନଙ୍କୁ ବଣ୍ଟା ଯାଇଥିଲା । ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ , ବିଡିଓ ବିଜୟ କୁମାର ସାହୁ, ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସମେତ କର୍ମଚାରୀ ମାନେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।