କରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସୁଥିବା କର୍ମଚାରୀମାନଙ୍କ ନିମନ୍ତେ ପିପିଇ କିଟ୍ ପ୍ରଦାନ କରିବ ପ୍ରଶାସନ

ଛତ୍ରପୁର:କରୋନା ସଂକ୍ରମଣକୁ ରୋକିବା ଲାଗି ସବୁ ସ୍ତରରେ ଉଦ୍ୟମ ଚାଲିଛି।ସନ୍ଦିଗ୍ଧ କରୋନା ରୋଗୀକୁ ଚିହ୍ନଟ କରି ମେଡ଼ିକାଲ ଠାରୁ ସଂଗରୋଧ କକ୍ଷ ପର୍ଯ୍ୟନ୍ତ ନେବା ଦିଗରେ କାର୍ଯ୍ୟ କରୁଥିବା କର୍ମଚାରୀ ଯେଭଳି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ ବର୍ତମାନ ସ୍ଥିତିରେ ସବୁଠାରୁ ବଡ଼ ଆହ୍ୱାନ ହୋଇଛି।ଏଭଳି ସ୍ଥିତିରେ ଉକ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।ଉକ୍ତ କାର୍ଯ୍ୟରେ ନିୟୋଜିତ ଆଶା କର୍ମୀ, ଅଙ୍ଗବାଡ଼ି କର୍ମୀ, ଆମ୍ବୁଲାନ୍ସ ଚାଳକ, ନର୍ସ ପ୍ରମୁଖକର୍ମଚାରୀଙ୍କୁ ପର୍ସନାଲ୍ ପ୍ରୋଟେକଟିଭ୍ ଇକ୍ୟୁଭମେଂଟ୍(ପିପିଇ)କିଟ୍ ଯୋଗାଉଛି ଜିଲ୍ଲା ପ୍ରଶାସନ।ପ୍ରତ୍ୟେକ ବ୍ଲକ୍ ରେ ଏହି କିଟ୍ ପ୍ରଦାନ କରାଯାଉଛି ।ପ୍ରାଥମିକ ଭାବେ ବର୍ତମାନ ସୁଦ୍ଧା ୫୦୦ କିଟ୍ ଡିଆରଡିଏ ପିଡିଙ୍କୁ ହସ୍ତାନ୍ତା କରିଛି କିଟ୍ ପ୍ରସ୍ତୁତ କରୁଥିବା ଗଞ୍ଜାମ ଏନଏସିର ରାଧାକାନ୍ତ କ୍ରିଏସନ୍।ଗଞ୍ଜାମ ଜିଲ୍ଲା ମିଶନ୍ ଶକ୍ତି ଅଧିନସ୍ଥ ଗଞ୍ଜାମ ଏନଏସି ଓ ୩୦ଟି ସ୍ୱୟଂସହାୟକ ଗୋଷ୍ଠୀର ୩୫ଜଣ ସଦସ୍ୟା ରାଧାକାନ୍ତ କ୍ରିଏସନ୍ ରେ ଏହି ସେଫ୍ ଟି ଗାଉନ୍ (ପିପିିଇ) ସିଲେଇ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦୦ କିଟ୍ ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି।ଏସଏଚଜି ଗ୍ରୁପ୍ ମାନେ ପ୍ରସ୍ତୁତ କରୁଥିବା ଏହି ସେଫଟି ଗାଉନ୍ କୁ ଉନ୍ନତମାନର ବୋଲି ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଉକ୍ତ କିଟ୍ ରେ ରହୁଥିବା ମାସ୍କ, ହେଲିମେଟ୍‌, ଗ୍ଲୋବସ୍ ଓ ସକ୍ସ ବାହାର ରାଜ୍ୟରୁ ମଗାଯାଇଛି।ଗୋଟିଏ ପିପିଇ କିଟ୍ ପାଇଁ ଆନୁମାନିକ ୧ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡିଛି।ଗଞ୍ଜାମ ସହରର ରାଧାକ୍ରିଷନ୍ ନାମକ ସଂସ୍ଥାର ମୁଖ୍ୟ ମଦନ ମୋହନ ପାଢି କହିଛନ୍ତି ।ଏହି ପରିପ୍ରେକ୍ଷୀରେ ଆଜି କେତେକ ପିପିଇ କିଟ୍ ସେ ଡିଆରଡିଏ ପିଡିଙ୍କୁ ହସ୍ତାନ୍ତର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ