କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଜିଲ୍ଲାର ସମସ୍ତ ପିଏଚସି ଓ ସିଏଚସି ପ୍ରସ୍ତୁତ

କେନ୍ଦ୍ରାପଡା  : ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପିଏଚସି ଓ ସିଏଚସି ଗୁଡିକୁ ପ୍ରସ୍ତୁତ ରଖିବାକୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ପୂର୍ତ୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନାରୁ ଜଣାପଡିଥିଲା ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯାଇଛି । ୬ଟି ବେଡ ଥିବା ରୁମରେ ପାଣି,ପାଇଖିନା ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ଥିବା ୪୫ଗୋଟି ପିଏଚସି ଓ ୭ଟି ସିଏଚସି ର ଉନ୍ନତିକରଣ କରାଯିବ । ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା,ପାଇଖିନା,ସ୍ୱତନ୍ତ୍ର ହାତଧୁଆ ବ୍ୟବସ୍ଥା,ବିଦ୍ୟୁତ ସଂଯୋଗ,ଡିଜି ବ୍ୟବସ୍ଥା,ଡାକ୍ତରଖାନାର ବିଶୁଦ୍ଧକରଣ କରାଯିବା ସହ ରଙ୍ଗ ଦିଆଯିବାର ବ୍ୟବସ୍ଥା କରାଯିବ । ସବୁ ସିଏଚସିରେ ଆଇସୋଲେସନ ୱାର୍ଡ କରାଯିବ । ପୂର୍ତ୍ତ ବିଭାଗ ସମସ୍ତ ସିଏଚସିରେ ଉନ୍ନତିକରଣ କାର୍ଯ୍ୟ କରିବ ଓ ଗ୍ରାମ ଉନ୍ନୟନ ଡିଭିଜନ ସମସ୍ତ ୪୫ଟି ପିଏଚସିରେ ଉନ୍ନତିକରଣ କାର୍ଯ୍ୟ କରିବ । କରୋନାକୁ ସମ୍ମୁଖିନ ହେବା ପାଇଁ ସମସ୍ତ ଡାକ୍ତରଖାନାକୁ ପ୍ରସ୍ତୁତ ରଖାଯିବ । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ