କରୋନା ସମୟରେ ଇଲେକ୍ଟି ବିଲ୍‌;ବୋଝ ଉପରେ ନଳିତା ବିଡ଼ା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଗତ ମାର୍ଚ୍ଚ ମାସଠାରୁ ଧିରେ ଧିରେ କରୋନା ମହାମାରୀର ଉଗ୍ର ରୂପ ଦେଖିବାକୁ ମିଳୁଛି । ଯାହାଫଳରେ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ମଧ୍ୟବର୍ତ୍ତୀ ତଥା ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧା ଦେଇ ଗତି କରୁଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଲକ୍‌ଡ଼ାଉଡ଼୍ ଏବଂ ସଟ୍‌ଡ଼ାଉନ୍ ଦୀର୍ଘ ଛଅମାସ ହେଲା ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି ।ମୁଖ୍ୟତଃ ବ୍ୟବସାୟୀ ଏବଂ ମଧ୍ୟବର୍ତ୍ତୀ ପରିବାରର ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଦୋକାନବଜାର ବନ୍ଦ ରହୁଥିବା ଯୋଗୁଁ ବ୍ୟବସାୟ ପ୍ରାୟ ବନ୍ଦ କହିଲେ ଚଳେ । ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଛନ୍ତି, କନ୍ଧମାଳ ଜିଲ୍ଲାର ମଧ୍ୟବିତ୍ତ ପରିବାର ଲୋକେ । ଏଠାରେ ଗତ କିଛି ମାସ ହେଲା ପ୍ରାୟ ସଟ୍‌ଡ଼ାଉନ୍‌, ଲକ୍‌ଡ଼ାଉନ୍ ହୋଇଛି । ଫଳରେ ଦୋକାନୀ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କ ଆୟର ସ୍ରୋତ ବନ୍ଦ ହୋଇଯାଇଛି । ଏମାନଙ୍କୁ ଦୁଇଓଳି ଖାଇବା ମଧ୍ୟ କଷ୍ଟକର ହୋଇପଡ଼ିଲାଣି ।ଗତକିଛି ମାସ ହେଲା ନିୟମିତ ଭାବେ ଇଲେକ୍ଟି ବିଲ୍ ଆସୁନଥିବାବେଳେ ଏକଥରକରେ ବିଲ୍ ଆସିବାରୁ ଉପଭୋକ୍ତାମାନେ ଏହାକୁ ପୈଠ କରିବାକୁ ବର୍ତ୍ତମାନ ଅସମର୍ଥ । ତେଣୁ ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ କିଛି ସବ୍‌ସିଡ଼ି କିମ୍ବା ସଂପୂର୍ଣ୍ଣ ବିଲ୍ ଛାଡ଼ କରିବାକୁ ସହରର ବିଭିନ୍ନ ସଂଗଠନ ତଥା ଅଂଚଳର ବୁଦ୍ଧିଜୀବୀ ଏବଂ ଜନସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ