କରୋନା ସମୟ ରେ ଅଳିଆ ସଫା କଲେ ବିଡ଼ିଓ

ରାଇକିଆ, (ପ୍ରଦୀପ କୁମାର ବେହେରା):ମହାମାରୀ କରୋନା ପାଇଁ ସବୁଠି ଲକ୍ ଡାଉନ୍, ସଟ୍ ଡାଉନ୍ ଚାଲିଛି । ଏଭଳି ସମୟ ରେ କନ୍ଧମାଳ ଜିଲ୍ଲା ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆ ନିଜ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଆଗେଇ ଆସିଛନ୍ତି । ରବିବାର ସକାଳୁ ହାତରେ କୋଦାଳ ଧରି ମୁହଁରେ ମାସ୍କ ପିନ୍ଧି କର୍ମଚାରୀ ସହ ମିଶି ଅଳିଆ ଆବର୍ଜନା ସଫା କରିଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଇକିଆ ସହର ସମେତ ବ୍ଲକର ୫ଟି ପଞ୍ଚାୟତ ର ୧୩ ଗୋଟି ଗ୍ରାମ କୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଭଳି ଏକ ସମୟରେ କେହି ଘରୁ ବାହାରୁ ନଥିବା ବେଳେ ଆଜି ସକାଳେ ରାଇକିଆ ବିଡିଓ ନିଜ କର୍ମଚାରୀଙ୍କୁ ନେଇ ରାଇକିଆ ସହରର ବିଭିନ୍ନ ସ୍ଥାନରେ ପଡ଼ିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା ସଫା କରିଥିଲେ। ଏହାସହ ଡ୍ରେନ୍‌ ଗୁଡ଼ିକ ମଧ୍ୟ ସଫା କରିଥିଲେ। ବିଡିଓ ଅଳିଆ ସଫା କରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ