କରୋନା ହଟସ୍ପଟ ଜୋନ୍ ରୁ ଆସିଲେ ୫ ଶିକ୍ଷକ,ବେଗୁନିଆପଡ଼ାରେ ଚର୍ଚ୍ଚା ଜୋର୍ ଧରିଲା

କୋଦଳା,(ଗୁଲସନ କୁମାର କର):କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ କରାଯାଇଥିବା ବେଳେ ରାଜ୍ୟର ହଟସ୍ପଟ ଜୋନ୍ ଭାବେ ପରିଗଣିତ ଭଦ୍ରକରୁ ୫ ଶିକ୍ଷକ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକକୁ ଆସିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ ସୋମବାର ବେଗୁନିଆପଡ଼ା ବ୍ଳକର ୫ ଜଣ ଶିକ୍ଷକ ନିଜ ଘର ଭଦ୍ରକ ଜିଲ୍ଲାରୁ ଫେରି ଆସିଛନ୍ତି। ବାହାରୁ ଆସୁଥିବା ବ୍ଯକ୍ତି ମାନଙ୍କୁ କ୍ୱାରାନଟାଇନରେ ଭର୍ତ୍ତି କରାଯିବା ଏବଂ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ଏହି ୫ ଶିକ୍ଷକ ସିଧାସଳଖ ବିଇଓ କାର୍ଯ୍ୟାଳୟରେ ପଶିଥିବା କୁହାଯାଉଛି ।ବିଇଓ କାର୍ଯ୍ୟାଳୟରୁ ଆସି ରାତିରେ ନିକଟସ୍ଥ କ୍ୱାରାନଟାଇନରେ ରହି ନିଜ ସ୍କୁଲ ହେଡ୍ କ୍ୱାଟର ଉସ୍ତାଳି, ଚିଙ୍ଗୁଡିଖୋଲ ଓ ଅନ୍ୟାନ୍ୟ ସ୍କୁଲକୁ ଯାଇଥିଲେ ଏହି ଶିକ୍ଷକ ମାନେ। ତେବେ ଶିକ୍ଷକ ମାନେ ଆସିବା ଖବର ଶୁଣି ଗାଁ ମାନଙ୍କରେ କୋକୁଆ ଭୟର ବାତାବରଣ ଖେଳାଇ ହୋଇ ଯାଇଛି। କେଉଁ ପରିସ୍ଥିତିରେ ଏମାନେ ଆସିଲେ ଏବଂ କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ହେଡ୍ କ୍ୱାଟରରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏମାନେ ହେଡ୍ କ୍ୱାଟର ଛାଡି କାହା ଆଦେଶରେ ନିଜ ଘରକୁ ଚାଲି ଯାଇଥିଲେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। କିଛି ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ, ବିଇଓ ମନଇଛା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାଲି ଯିବାକୁ କହିଥିଲେ। ଏବେ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଏମାନଙ୍କୁ ପୁଣି ଏମାନଙ୍କୁ ବିଇଓ ଡାକିଛନ୍ତି। ତେବେ ବିଇଓ କାହା ସ୍ବାର୍ଥରେ ଏଭଳି କାର୍ଯ୍ୟ କରୁଛନ୍ତି ଏବଂ ଭଦ୍ରକ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରୁ ଯେଉଁ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ବର୍ତ୍ତମାନ ଆସୁଛନ୍ତି ସେମାନଙ୍କ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କିଏ ଦାୟୀ ରହିବେ ବୋଲି ସମାଜସେବୀ ସୁଶାନ୍ତ କୁମାର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ