କର୍କଟ ଜୀବାଣୁରେ କାମ କରିବନି କିଛି ପ୍ରତିଜୀବାଣୁ
ଏଣିକି ଆଉ ମେଟ୍ରୋନାଡାଜୋଲ, ଲିଭୋଫ୍ଲୋସାସିନ୍ ଓ କ୍ଲାରିଥୋମାଇସିନ୍ କର୍କଟ ରୋଗର ପ୍ରତିଜୀବାଣୁ ଭାବେ କାମ କରି ନ ପାରେ । ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଜୀବାଣୁ- ଯାହା ଦ୍ୱାରା ପେଟରେ ଅଲସର, ଗ୍ୟାସଟ୍ରିଟିସ୍ ଓ କର୍କଟ ରୋଗ ହୋଇଥାଏ, ସେ ସବୁରୁ ପ୍ରତିକାର ଭାବେ ଏହି ତିନୋଟି ପ୍ରତିଜୀବାଣୁ କାମ କରିବ ନାହିଁ ବୋଲି କସ୍ତୁରବା ମେଡିକାଲ କଲେଜ ଓ ଟର୍ସିଆରି କେୟାର ହସ୍ପିଟାଲର ଗବେଷଣାରୁ ପ୍ରଥମ ଥର ପାଇଁ ଜଣାପଡିଛି । ଏହି ଗବେଷଣାକୁ କେଏମସି, ଏମଏଏଚ୍ଇ ବୈଜ୍ଞାନିକ ଓ ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ମାର୍ଶାଲ ସେଂଟର ବୈଜ୍ଞାନିକମାନେ ମିଳିତ ଭାବେ କରିଛନ୍ତି । କେଏମସିର ବୈଜ୍ଞାନିକ ଡାକ୍ତର ମାମଥ ବଲାଲ (ଟିମ୍ ଲିଡର), ଡାକ୍ତର ଭିଗ୍ନେଶ ସେଠୀ, ଡାକ୍ତର ଗଣେଷ ପାଏ, ଡାକ୍ତର ରାମଚନ୍ଦ୍ର ଏଲ୍, ଡାକ୍ତର ଶୀରନ ସେଠୀ ଏବଂ ୟୁଡବ୍ଲୁଏ ବୈଜ୍ଞାନିକ ଡାକ୍ତର ଆଳଫର୍ଡ ଟାଏ, ଡାକ୍ତର ଇଙ୍ଗ ଘିଆଁ ଚୁଆ, ବିନିତଲାମିଚ୍ଛାନେ ଏହି ଗବେଷଣା କରିଥିଲେ । ହେଲକୋବ୍ୟାକ୍ଟର ଜନିତ ରୋଗ ସହ ଲଢିବା ପାଇଁ ପଦ୍ଧତି ଓ ପ୍ରତିଶୋଧକ ଖୋଜିବା ଦିଗରେ ଏହି ଗବେଷଣା କରାଯାଇଥିଲା । ଯାହା ଦ୍ୱାରା ସଂକ୍ରମଣ ରୋକିବା ପାଇଁ ମଧ୍ୟ ରୋଗୋପୋଚାର ଖୋଜିବାର ଲକ୍ଷ୍ୟ ରଖାଯାଇଛି ।ଏହି ଗବେଷଣା ମହାମାରି ରୋକିବା ପାଇଁ ଏକ ଭିତି ସ୍ଥାପନ କରି ହେଲକୋବ୍ୟାକ୍ଟର ଜନିତ ରୋଗକୁ ମୂଳୋତ୍ପନ କରିବାକୁ ସହାୟକ ହେବ, ଯଦିଓ ପ୍ରଥମ ଲାଇନ୍ ଚିକିତ୍ସା ବିଫଳ ହେବ । କେଏମସିର କାର୍ଯ୍ୟକାରୀ ଗ୍ରୁପ ଭବିଷ୍ୟ କାର୍ଯ୍ୟପନ୍ଥା ମଧ୍ୟ ନିର୍ଦ୍ଧାରଣ କରିବ ଯେଉଁଥିରେ ଏହି ଜୀବାଣୁ ଚିହ୍ନଟ ହୋଇପାରି ବିଶେଷଜ୍ଞଙ୍କୁ ଚିକିତ୍ସା ପ୍ରଣାଳୀ ଖୋଜିବା ଦିଗରେ ସହାୟକ ହେବ ।