କର୍କଟ ପିଡ଼ିତା ରିଲି ନାୟକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ସହାୟତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସତ୍ୟବାଦୀ ଯୁବଛାତ୍ର ସଂଗଠନ ଆନୁକୂଲ୍ୟରେ ଜୟଦେଵ ଭବନ (ପ୍ରଦର୍ଶନୀ ଗୃହ) ଠାରେ ସମାଜର ଅସହାୟ କର୍କଟ ପୀଡିତ/ପିଡ଼ିତାମାନଙ୍କ ଉଦ୍ଦେଶ୍ୟରେ ସେବା ଯୋଗାଉଥିବା ସମାଜମଙ୍ଗଳ ହୁଣ୍ଡିରୁ ନୟାଗଡ଼ ଅଞ୍ଚଳର କର୍କଟ ପିଡ଼ିତା ରିଲି ନାୟକଙ୍କୁ ଦଶ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଛି ସଂଗଠନ ।ହୁଣ୍ଡି ର ପ୍ରତିଷ୍ଠାତା ତଥା ସମାଜସେବୀ ମହାସଙ୍ଘ ର ରାଜ୍ୟ ସଭାପତି ବାପୁ ଓଝାଙ୍କ ସଭାପତିତ୍ୱରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ହୁଣ୍ଡି ର ସମର୍ପିତ ସେବା ଉପରେ ବକ୍ତବ୍ୟ ରଖିଥିଲେ ।ସମ୍ମାନିତ ଅତିଥିଭାବେ ଜଟଣୀ ବିଧାୟକ ସୁର ରାଉତରାୟ ଯୋଗଦେଇ ହୁଣ୍ଡି ଖୋଲି ଥିଲେ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ହସ୍ତରେ ପିଡିତାଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି ମୁଖପାତ୍ର ମାନସ ବସ୍ତିଆ, ଜନନେତା ବିଜୟ ପରିଡା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସଂଗଠନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସଂଗଠନ ର ସଭାପତି ସତ୍ୟଜିତ ମହାପାତ୍ର କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିବା ସହ ପ୍ରତେକମାସ ପାଞ୍ଚ ତାରିଖରେ ଜଣେ କର୍କଟ ପିଡ଼ିତଙ୍କୁ ସହାୟତା ଦିଆଯିବ ବୋଲି ସୂଚନା ଦେଇଥିଲେ । ରକ୍ତଦାତା ତନ୍ମୟ ସାମନ୍ତରାୟ, ଆସୁ, ଲିପୁ ଓ ଚିତ୍ତରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ