କର୍କଟ ପିଡିତଙ୍କୁ ସହଯୋଗର ହାତ ବଢାଇଲା ଟ୍ରଷ୍ଟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜଣେ କର୍କଟ ପିଡିତଙ୍କୁ ସହଯୋଗର ହାତ ବଢାଇଛି ବାଞ୍ଛାନିଧର ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ମାଗୁରଗଣ୍ଡ ପାଟଣା ଗ୍ରାମର ଶରତ କୁମାର ସାହୁ ଦୀର୍ଘଦିନ ଧରି କର୍କଟ ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଛନ୍ତି । ଏସମ୍ପର୍କରେ ଗ୍ରାମର ସ୍ୱେଛାସେବୀ ପ୍ରତାପ ମହାନ୍ତିଙ୍କ ଠାରୁ ଖବର ପାଇ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଏବଂ ସଦସ୍ୟ ଚିତ୍ତରଞ୍ଜନ ଦାସ ତୁରନ୍ତ ତାଙ୍କ ଅବସ୍ଥା ସମ୍ପର୍କରେ ବୁଝି କର୍କଟ ପିଡିତଙ୍କୁ ସହଯୋଗର ହାତ ବଢାଇଥିଲେ । ଏହାବ୍ୟତିତ ଆଗାମୀ ଦିନରେ ସଂପୃକ୍ତ ପିଡିତ ବ୍ୟକ୍ତିଙ୍କ ପିଲାଙ୍କୁ ପାଠପଢା ପାଇଁ ମେଧାବୃତ୍ତି ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଥିଲେ । ସଂଯୋଜକ ଶ୍ରୀ ମହାନ୍ତି ବିଭିନ୍ନ ଅନୁଷ୍ଠାନ ଏବଂ ବଦାନ୍ୟ ବ୍ୟକ୍ତିମାନଙ୍କୁ ଏହି ପିଡିତ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ।