କର୍କଟ ପିଡୀତଙ୍କ ଉଦେଶ୍ୟରେ କୃଷ୍ଣ ଶରଣପୁର ପଟିଆଠାରେପ୍ରତିଷ୍ଠା ହେଲା ସମାଜମଙ୍ଗଳ ହୁଣ୍ଡି

କୃଷ୍ଣ ଶରଣପୁର/ପଟିଆ, (ଓ୍ବାଇଏନ୍ଏସ୍):ସମାଜରେ ଅସହାୟ କର୍କଟ ପୀଡିତ/ପିଡିତାମାନଙ୍କ ଉଦେଶ୍ୟରେ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି ମୋହିତ ଫାଉଣ୍ଡେସନ ଭୁବନେଶ୍ୱର ଆନୁକୂଲ୍ୟରେ କୃଷ ଶରଣ ପୁର ଛକଠାରେ ପ୍ରତିଷ୍ଠା କରାଯାଇଛି , ଓଡିଶା ସମାଜସେବୀ ମହାସଙ୍ଘ ର ରାଜ୍ୟ ସଭାପତି ତଥା ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଲିପିକା ରାୟ ,ଯୁବ ସମାଜସେବୀ ରଞ୍ଜନ କୁମାର ବେହେରା , ଯୁବ ସମାଜସେବୀ ଦିପକ କୁମାର ବାରିକ ,ଯୁବ ସମାଜସେବୀ ରୋହିତ କୁମାର ନାୟକ ,ସମାଜସେବୀ ଭୁବନ ମୋହନ ଦାସ ଅତିଥିଭାବେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ମୋହିତ ଫାଉଣ୍ଡେସନ ର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ମଲ୍ଲିକ , ଉପସଭାପତି ସୁରେନ୍ଦ୍ର ସାହୁ , ଅଗ୍ରଣୀ ସଭ୍ୟ ନିହାର ରଞ୍ଜନ ଦାଶ , ଓ କୁନି ଝିଅ ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ମୋହିତ ଫାଉଣ୍ଡେସନ ର ଅଧ୍ୟକ୍ଷ ସୀମାଞ୍ଚଳ ପତ୍ରି ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ