କର୍କଟ ପୀଡିତ ବାଳକ ସୌମ୍ୟରଂଜନ ପ୍ରଧାନକୁ ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ଅର୍ଥରାଶି ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସାମାଜିକ ଯୁବ ସଂଗଠନ ଖଣ୍ଡଗିରି ତାର ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଅବସରରେ ଖଣ୍ଡପଡା ନୟାଗଡ଼ ଅଞ୍ଚଳର ୧୩ ବର୍ଷର କର୍କଟ ପୀଡିତ ବାକକକୁ ସମାଜମଙ୍ଗଳ ହୁଣ୍ଡିରୁ ମୋଟ ୧୬ ହଜାର ଟଙ୍କା ଆଦାୟ ଅର୍ଥରାଶି ଅତିଥିମାନଙ୍କ ହସ୍ତରେ ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ ଭୁବନେଶ୍ୱର ପୂର୍ବତ୍ତମ ସାଂସଦ ଡ଼ା. ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ଅତିଥିଭାବେ ନବ ନିର୍ବାଚିତ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା, ସମାଜସେବୀ ପ୍ରୀତିନନ୍ଦା ରାଉତରାୟ, ଚଳଚିତ୍ର ଅଭିନେତା ଶ୍ରୀତ୍ତମ ଦାସ, କଣ୍ଠଶିଳ୍ପୀ ଡ଼ା. ଜୟଶ୍ରୀ ଧଳ, ସଙ୍ଗଠିକା ବିନ୍ଦାସ ଚିନୁ, ପ୍ରାଧ୍ୟାପକ ଡ଼ା. ଅସିତ ଦାସ, ସମାଜସେବୀ ଧୀରେନ ରାଉତରାୟ, କଣ୍ଠଶିଳ୍ପୀ ଏନ ଶ୍ରୀନିବାସ , କର୍ପୋରେଟର ଅଶ୍ୱନି ସୁନ୍ଦରାୟ, ଯୁବ ସମାଜସେବୀ ଅଭିନାଶ ନାୟକ ଓ ନଟିଆ କମେଡିର ମୁଖ୍ୟ ନାୟକ ସ୍ମୃତିରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ପିପିଲି ବିଧାୟକ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗିବା ସହ ସମାଜମଙ୍ଗଳ ହୁଣ୍ଡିରେ ଦାନ କରିଥିଲେ । ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସେବା ସମ୍ମାନ ୨୦୨୧ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଂଗଠନ ସଭାପତି ଚିତ୍ତରଞ୍ଜନ ଦାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ