କର୍କଟ ରୋଗକୁ ହରେଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱେଚ୍ଛାସେବୀ ସେବାକେନ୍ଦ୍ର, ଭୁବନେଶ୍ୱର ତରଫରୁ ଗୋଦାବରୀଶ ସାହିତ୍ୟ ସଂସଦଠାରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ୍.ଆର.ବି ଆସୋସିଏଟର ଶ୍ରୀ ରାଜୀବ ସାହୁ ଯୋଗ ଦେଇ କହିଥିଲେ ଯେ, କର୍କଟ ରୋଗକୁ ଆମେ ସମସ୍ତେ ଚାହିଁଲେ ହରେଇଦେବା । ଏଥିପାଇଁ ଆମେ ଏକ ହେବା ଦରକାର । ଆମେ ରୋଗ ପ୍ରତି ସଜାଗ ରହିବା ଦରକାର । ମୁଖ୍ୟ ବକ୍ତା ଭାବରେ ଶ୍ରୀ ପ୍ରଜ୍ଞାନନ୍ଦ ଶତପଥୀ ଯୋଗଦେଇ କର୍କଟ ରୋଗର କାରଣ, ଲକ୍ଷ୍ୟଣ ଏବଂ କିପରି ଆମେ ସୁରକ୍ଷିତ ରହିପାରିବା, ସେ ଉପରେ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରର ସଭାପତି ଡଃ ରୀତା ପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଲେ ଯେ, ଆମେ ରୋଗକୁ ଡରିବା ନାହିଁ, ହରେଇବା । ତେଣୁ ଆମର ଇଚ୍ଛାଶକ୍ତି ସୁଦୃଢ ରହିବା ଦରକାର ।
ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ଯଥା ଓଡ଼ିଶା ଜନ କଲ୍ୟାଣ ସଂଗଠନ ପୁରୀ, ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ, ସର୍ମପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ, ଡିଭାଇନ ଚାରିଟେବୁଲ ଟ୍ରଷ୍ଟକୁ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ସମ୍ମାନିତ କରାଯାଇଥିଲ । ଏହି କାର୍ଯ୍ୟକ୍ରମରେ ଭାଗ୍ୟଲକ୍ଷ୍ମୀ ଖୁଣ୍ଟିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ରୁପାଲି ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦକ ବାପି ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।