କର୍କଟ ରୋଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ) : ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କେବିରୀ ବ୍ରହ୍ମପୁର ଗ୍ରାମର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ପାତ୍ର(୫୫)ଙ୍କ କର୍କଟ ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଗତକାଲି ଭୋର ୩ ଟାରେ ଅକାଳ ବିୟୋଗ ଘଟିଛି । ସେ ଭଞ୍ଜନଗର ବ୍ଳକ ଗୋଲାପଡା ପଞ୍ଚାୟତ ଶରଧାପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଭାବେ ବହୁବର୍ଷ ହେଲା କାର୍ଯ୍ୟରତ ଥିଲେ । ଗତ କିଛି ଦିନ ହେବ ସେ ଭୁବନେଶ୍ୱର ସ୍ଥିତ ପ୍ରଥେମେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଳୟଧୀନ ଅବସ୍ଥାରେ ଗତକାଲି ୩ ଟାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ସୁର୍ଯ୍ୟ ନାରାୟଣ ସାମନ୍ତରାୟ, ପୁଅ ଚିନ୍ମୟ, ଝିଅ ସୁଚୀପ୍ରିୟା, ଭାଇ ସୁର୍ଯ୍ୟ ନାରାୟଣ ଓ ବିଦ୍ୟାଧରଙ୍କ ସମେତ ବହୁ ସମ୍ପର୍କୀୟ ଉପସ୍ଥିତ ଥିଲେ । ମୃତ ଶିକ୍ଷୟିତ୍ରୀ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଓ ଭଞ୍ଜନଗର ଶିକ୍ଷକ ସଂଘ ତରଫି ଶୋକ ପ୍ରକାଶ କରାଯାଇଛି । ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।


