କର୍କଟ ରୋଗ ପ୍ରତିରୋଧକ ଖାଦ୍ୟ
ଶରୀରରକୁ ସୁସ୍ଥ ରଖିବା ପାଇଁ ଖାଲି ବ୍ୟାୟାମ କରିବା ଜରୁରୀ ନୁହେଁ । ବ୍ୟାୟାମ କରିବା ସହ ଉପଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଜରୁରୀ । ପ୍ରତିଦିନର ଖାଦ୍ୟରେ ସବୁଜ ପନିପରିବା ଏବଂ ଫଳ ଖାଇବା ସହ କିଛି ଏମିତି ଜିନିଷ ଖାଇବା ଦରକାର ଯାହା ଶରୀରକୁ ବିଭିନ୍ନ ରୋଗରୁ ଦୂରରେ ରଖିବ । ଯାହା ଆପଣ ଖାଉଛନ୍ତି ସେଥିରେ ପ୍ରୋଟିନ, ଭିଟାମିନ୍, ଜିଙ୍କ, ମ୍ୟାଗ୍ନେସିୟମ, ମିନେରାଲ୍ସ ସହ ବିଟା କେରୋଟିନ ମଧ୍ୟ ରହିବା ନିତାନ୍ତ ଆବଶ୍ୟକ । ଆଜି ଆମେ କିଛି ଏପରି ଜିନିଷ ବିଷୟରେ ଜଣାଇବୁ, ଯାହାକୁ ଖାଇବା ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବ ।
୧.କିଛି ଲୋକ ବିନ୍ସ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏଥିରେ କର୍କଟ ରୋଗ ସହ ଲିବାର କ୍ଷମତା ରହିଛି । ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ । ପ୍ରତିଦିନ ଏହାକୁ ଖାଇଲେ ମଧୁମେହର ସମସ୍ୟା କମ୍ ହେବା ସହ ପାଚକତନ୍ତ୍ର ଠିକ୍ ରହିଥାଏ ।
୨.କଞ୍ଚା ପିଆଜ ଖାଇବା ଶରୀର ପାଇଁ କେତେ ଭଲ ତାହା ଆମେ ସମସ୍ତେ ଜାଣିଛେ । ଏହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କଲେ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।
୩. ଛତୁରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଅଧିକ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଥଣ୍ଡା ବା ଜ୍ୱର ଅତି ସହଜରେ ହୋଇ ନଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଆଇରନର ପରିମାଣ ବଢ଼ାଇବା ସହ କର୍କଟ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।
୪.ସବୁଜ ପରିବାରେ ପ୍ରୋଟିନ୍, କ୍ୟାଲ୍ସିୟମ ଏବଂ ଆଣ୍ଟଅକ୍ସିଡ଼ାଣ୍ଟର ମାତ୍ରା ଅଧିକ ରହିଥାଏ । ଯାହା କର୍କଟ ରୋଗ ଭଳି ସମସ୍ୟାରୁ ରକ୍ଷା ଦେଇଥାଏ । କିନ୍ତୁ ଧ୍ୟାନ ରଖନ୍ତୁ । ସୁସ୍ଥ ରହିବା ପାଇଁ ଋତୁ ଅନୁସାରେ ପରିବା ଖାଇବା ନିହାତି ଆବଶ୍ୟକ ।