କର୍ଣ୍ଣାଟକରୁ ତୃତୀୟ ମୁଣ୍ଡ ନେଲା କରୋନା, ଦେଶରେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଲା

କର୍ଣ୍ଣାଟକ : କର୍ଣ୍ଣାଟକରେ କରୋନା ଭାଇରସ ଯୋଗୁଁ ତୃତୀୟ ମୃତ୍ୟୁ ଘଟିଛି। ୬୫ ବର୍ଷୀୟ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଟ୍ରେନ୍‌ରୁ କର୍ଣ୍ଣାଟକ ଆସିଥିଲେ। ସେ ଆସିଥିବା ଟ୍ରେନ୍‌ର ସମସ୍ତ ଯାତ୍ରୀଙ୍କୁ ଏବେ ଖୋଜା ଚାଲିଛି। ଏହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି। ଆଜି ସକାଳେ ରାଜସ୍ଥାନର ଭିଲଓ୍ବାଡାଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଲାଣି। କେରଳ ଓ ମହାରାଷ୍ଟ୍ରରେ ଅଧିକାଂଶ କରୋନା ପୀଡ଼ିତ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜୁରାଟରେ କରୋନା ଯୋଗୁଁ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ରାଜସ୍ଥାନରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି। ଦେଶରେ ୨୭ଟି ରାଜ୍ୟରେ କରୋନା ବ୍ୟାପିଛି। କରୋନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ୨୧ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ