କର୍ଣ୍ଣାଟକରେ ରାଷ୍ଟ୍ରପତି ଶାସନ ଆଶଙ୍କା

ବେଙ୍ଗେଲୁରୁ, କର୍ଣ୍ଣାଟକରେ ମେଣ୍ଟସରକାର ଭାଙ୍ଗିବା ପରେ ୧୦୫ ଭୋଟ ପାଇ ବିଜେପି ସରକାର ଗଠନ କରିବାକୁ କଳ୍ପନା ଚାଲିଥିବା ବେଳେ ଦଳର ପ୍ରବକ୍ତା ଜି ମଧୂସୁଦନ କହିଛନ୍ତି ୧୬ ଜଣ ବିଧାୟକ କୈାଣସି ମନ୍ତବ୍ୟ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିପାରିବେ ନାହିଁ । ଏପରି ଦୋଛକିରେ ଯଦି ବିଦ୍ରୋହି ବିଧାୟକ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅଧିକ ସମୟ ନିଅନ୍ତି ତେବେ ଏଭଳି ସ୍ଥଳରେ ରାଜ୍ୟପାଳ ଭାଜୁଭାଇ ଭାଲା କହିଛନ୍ତି ଏଭଳି ସ୍ଥଳରେ ରଷ୍ଟ୍ରପତି ଶାସନ ଜାରୀ କରାଯାଇଥାଏ । ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ୧୩ ଓ ଜେଡିଏସର ୩ ବିଧାୟକ ଚଳିତ ମାସରେ ଇସ୍ତଫା ପ୍ରଦାନ କରିଥିଲେ । ଏହାକୁ ନେଇ ଜଟିଳ ସମସ୍ୟା ରେ ଗତି କରୁଛି କର୍ଣ୍ଣାଟକ ରାଜନୀତି । ଯଦି ବିଜେପି କୁ ସପୋର୍ଟ କରନ୍ତି ବିଧାୟକ ମାନେ ତେବେ ବିଜେପି ସରକାର ଗଠନ କରିବ ନଚେତ୍ କର୍ଣ୍ଣାଟକରେ ରାଷ୍ଟ୍ରପତି ଶାସନ ଜାରୀ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ