କର୍ଣ୍ଣାଟକର ବିଧାନସଭାର ନୂଆ ବାଚସ୍ପତି ହେଲେ ବିଶ୍ୱେଶ୍ୱର ହେଗଡେ
(ଯୁଗାବ୍ଦ ନ୍ୟୁଜ୍)ବାଚସ୍ପତି ପଦରୁ କେଆର ରମେଶ କୁମାର ଇସ୍ତଫା ଦେବା ପରେ ବିଶ୍ୱେଶ୍ୱର ହେଗଡେ କଗେରୀଙ୍କୁ ନୂତନ ବିଧାନସଭା ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି । କଗେରୀ ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ବିଜେପିର ଜଣେ ବରିଷ୍ଠ ବିଧାୟକ । ନିଜର ରାଜନୈତିକ କ୍ୟାରିଅର ମଧ୍ୟରେ ସେ ୬ଥର ବିଧାୟକ ରହି ସାରିଛନ୍ତି । ତେବେ ସୋମବାର ରମେଶ କୁମାର ପଦବୀରୁ ଇସ୍ତଫା ଦେବା ପରେ କଗେରୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ବିନା ପ୍ରତିଦ୍ୱନ୍ଦୀରେ ବିଜୟୀ ହୋଇଛନ୍ତି ।