କର୍ଣ୍ଣାଟକ ଉପନିର୍ବାଚନ, ଶାସକ ବିଜେପି ୧୨ ଆସନରେ ଆଗୁଆ
କର୍ଣ୍ଣାଟକ – ସାରା ଦେଶର ନଜର ଥିବା କର୍ଣ୍ଣାଟକ ଉପନିର୍ବାଚନର ଆଜି ବାହାରିବ ଫଳ ।ଏହି ନିର୍ବାଚନମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପାଇଁ ଅଗ୍ନ ପରୀକ୍ଷା ତେବେ ମିଳିଥିବା ସୂଚନାଅନୁସାରେ ପ୍ରାଥମିକ
ପର୍ଯ୍ୟରେ ଚାଲୁରହିଥିବା ଗଣତିରେ ଶାସକ ବିଜେପି ୧୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨ ଟିରେ ଆଗୁଆ ଅଛି ଜେଡିଏସ୍ କୌଣସି ଆସନରେ ଆଗୁଆ ନାହିଁ । ଅନ୍ୟପଟେ କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିବ। ଏହି ଫଳାଫଳ ହିଁ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ଚାରି ମାସ ପୁରୁଣା ସରକାରର ଭବିଷ୍ୟତ ନିଦ୍ଧାରଣ କରିବ ।