କର୍ଣ୍ଣାଟକ ମହିଳାଙ୍କ ଉନ୍ମତ୍ତକାଣ୍ଡ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । କର୍ଣ୍ଣାଟକର ଜଣେ ମହିଳା ବାରମ୍ବାର “ମେରେକୋ ନ୍ୟାୟ ଚାହିହେ”ବୋଲି ବାରମ୍ବାର ଚିତ୍କାର କରି ହାତରେ ପଥର ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରବେଶ ଦ୍ୱାରକୁ ବାରମ୍ବାର ମାରି ଚାଲିଥିଲେ । ପରେ ଗଜପତି ପୋଲିସ ପକ୍ଷରୁ ପାରଳାଖେମୁଣ୍ଡି ଥାନା ଦ୍ୱାରା ନାରୀଙ୍କ ସୁରକ୍ଷା ପାଇଁ ସି-ଟିମ୍ ପହଞ୍ôଚ ମହିଳା ଜଣଙ୍କୁ ଧରି ନେଇଥିଲେ । ତେବେ ମହିଳା ଜଣକୁ କାବୁ କରିବାପାଇଁ ସି-ଟିମ୍କୁ ବହୁ କଷ୍ଟ କରିବାକୁ ପଡିଥିଲା । ମହିଳା ଜଣକ ପୋଲିସ ଟିମ୍କୁ ପାଖକୁ ଆସିବାକୁ ମନା କରୁଥିବା ସହ ପଥର ଦେଖା ଭୟଭୀତ କରୁଥିବାର ଦେଖିବାକୁ ମିଳୁଥିଲା । ଶେଷରେ ମହିଳା ଜଣକୁ ପୋଲିସ କାବୁକରି ଅଟକ ରଖିଥିବା ଜଣାପଡିଛି । ମହିଳା ଜଣକ ଜିଲା ପ୍ରଶାସନ ନିକଟରେ ତାଙ୍କ ଉପରେ ତାଙ୍କ ଶଶୁର ଘର ଲୋକ ଓ ସ୍ୱାମୀ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ । ମହିଳା ଜଣକ ହେଉଛନ୍ତି କର୍ଣ୍ଣାଟକ ରାଜ୍ୟ ରୁରାଲବାଣ୍ଡି ଗ୍ରାମର ଜ୍ୟୋତି ରାଥଡ ବୋଲି ଜଣାପଡିଛି । ସେ ୨୦୧୬ମସିହା ଡିସେମ୍ବର ମାସରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଆମ୍ବାଝରୀ ଗ୍ରାମର ନଳିନୀ ଲିମାଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ କର୍ଣ୍ଣାଟକ ଏବଂ ପରେ ଓଡିଶାରେ ହୋଇଥିଲା । ଓଡିଶାରେ କିଛି ଦିନ ରହିବାପରେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ସମେତ ଶଶୁର ଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ସେ ଫେବୃୟାରୀ ୦୧, ୨୦୨୦ରେ ପାରଳାଖେମୁଣ୍ଡି ପୋଲିସ ପରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲା ମହିଳା ଶିଶୁ ସୁରକ୍ଷା ବିଭାଗରେ ଅଭିଯୋଗ କରିଥିଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଡେରି ହେବାରୁ ମହିଳା ଜଣକ ଏ ଭଳି କାଣ୍ଡ ଭିଆଇ ଥିବା ଜଣାଯାଇଛି ।


