କର୍ଣ୍ଣୋଳୀ ଗ୍ରାମରେ ଧନଧାତ୍ରୀ ମା’ ଅଷ୍ଟଲକ୍ଷ୍ମୀଙ୍କ ପୂଜା ପାଇଁ କଳସ ଯାତ୍ରା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମପଞ୍ଚାୟତର କର୍ଣ୍ଣୋଳୀ ଗ୍ରାମରେ ମାଣବସା ଚତୁର୍ଥପାଳି ଗୁରବାର ଅବସରରେ ଶ୍ରୀଶ୍ରୀ ରାମେଶ୍ୱର ଶ୍ରମିକ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହେବାକୁ ଥିବା ଧନଦାତ୍ରୀ ମା’ ଅଷ୍ଟାଲକ୍ଷ୍ମୀଙ୍କ ପୂଜା ପାଇଁ ଏକ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ମଙ୍ଗଳବାର କଳସ ଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି । ଖଣ୍ଡଦେଉଳୀ ଗ୍ରାମପଞ୍ଚାୟତର ଯୁବ ସମାଜସେବୀ ତଥା ରାମେଶ୍ୱର ଶ୍ରମିକ ସଂଘର ସଭାପତି ଜିତେନ୍ଦ୍ର ବିଷୋୟୀ, ସମ୍ପାଦକ ପ୍ରଣବ ବିଷୋୟୀ (ବାୟା) କୋଷାଧ୍ୟକ୍ଷ ମୋହନ ସ୍ୱାଇଁ, ଆଧ୍ୟାତ୍ମିକପ୍ରେମୀ ଅରୁଣ ଦଳେଇ, ରାମେଶ୍ୱର ଶ୍ରମିକ ସଂଘର ସଦସ୍ୟ ଅଶ୍ୱିନୀ କୁମାର ବିଷୋୟୀ, କାଳିଆ ଗୌଡ, ଶିବରାମ ଗୌଡ, ଅଶୋକ ଗୌଡ, ଶରତ ବିଷୋୟୀ, ଜଗନ୍ନାଥ ଗୌଡ, ସନ୍ତୋଷ ଗୌଡ, କୁନା ବିଷୋୟୀ, ପ୍ରସନ୍ନ ବିଶ୍ୱାଳ, ପ୍ରସନ୍ନ ଗୌଡ, ଟୁନା ବିଷୋୟୀ, ଆକୁଳ ପାତ୍ର, ପରଭା ଗୌଡ, ଅଭିମନ୍ୟୁ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ଗୋବିନ୍ଦ ପ୍ରଧାନ ପ୍ରମୁଖଙ୍କ ସଂଯୋଜନା ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କଳସ ଯାତ୍ରା କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ସାମିଲ ହୋଇ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସାରି ନଳବଣ୍ଟା ଗ୍ରାମ ସ୍ଥିତ ପବିତ୍ର ଋଷିକୂଲ୍ୟା ନଦୀରୁ ଜଳ ସଂଗ୍ରହ କରି ବାଦ୍ୟବାଜଣାର ତାଳେତାଳେ ବିରାଟ ଶୋଭାଯାତ୍ରାରେ ଅସ୍ଥାୟୀ ପୂଜା ମଣ୍ଡପକୁ ଆସିଥିଲେ । ନିଗମାନନ୍ଦ ଯୋଗାଶ୍ରମ ନିକଟସ୍ତ ଘଣ୍ଟରା ପଡିଆ ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ବିଦ୍ୱାନ ପଣ୍ଡିତ ଅରବିନ୍ଦ ପାଢୀ ଓ ସହଯୋଗୀ ପଣ୍ଡିତ ପତିତପାବନ ପାଢୀ ପ୍ରମୁଖଙ୍କ ମନ୍ତ୍ରୋଚାରଣରେ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାଣବସା ଚତୁର୍ଥ ପାଳି ଗୁରବାରକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ଧନଦାତ୍ରୀ ମା’ ଅଷ୍ଟଲକ୍ଷ୍ମୀଙ୍କ ପୂଜା ବିଧିବିଧାନ ଅନୁଯାୟୀ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ