କର୍ଣ୍ଣ କର୍କଟ ରୋଗରେ ପିଡିତା ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଜିଲ୍ଲାପାଳଙ୍କ ସହାୟତା 

ଛତ୍ରପୁର: କର୍ଣ୍ଣ କର୍କଟ ରୋଗରେ ପିଡିତା ଦ୍ୱିତୀୟ ଶ୍ରେଣୀର ଛାତ୍ର ଜଗଦୀଶ ନାହାକଙ୍କ ଉତ୍ତମ ଚିକିତ୍ସା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହାୟତାର ହାତ ବଢାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ପିଡିତା ଛାତ୍ରଙ୍କ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆବଶ୍ୟକ ପଡିଲେ ଅଧିକା ଆର୍ଥିକ ସହାୟତା ପାଇଁ ଓଡିଶା ସରକାରଙ୍କୁ ପତ୍ର ଲେଖିବା ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଛତ୍ରପୁର ବ୍ଲକ ବଉଳଗାଁ କ୍ଲଷ୍ଟର ଖୁରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ର ବିପିନି ନାହକଙ୍କ ପୁତ୍ର ଜଗଦୀଶ ନାହାକ(୧୩) କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ । ଛାତ୍ରଙ୍କ ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ଯୋଗୁଁ ଚିକିତ୍ସା କ୍ଷେତ୍ରରେ ଅର୍ଥ ବାଧକ ସାଜିଛି । ଏନେଇ କଣମଣା କ୍ଲଷ୍ଟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତରଫରୁ ୫୮୦୦ ଟଙ୍କା ଆଦୟ କରି ଉକ୍ତ ପରିବାରଙ୍କୁ ପ୍ରଦାନ କରାଯାଇଛି । କଣମଣା କ୍ଲଷ୍ଟର ସିଆ୍ରସିସି କମଳ ବେହେରା, ଶିକ୍ଷକ ଜୟକୃଷ୍ଣ ବେହେରା, ସାନ ଆର୍ଯ୍ୟପଲ୍ଲୀର ସହକାରୀ ଶିକ୍ଷକ ଲକ୍ଷ୍ମୀନାରାୟଣ ବେହେରା, କଣମଣା ସ୍କୁଲର ପ୍ରଧାନଶିକ୍ଷକ ଅଜିତ୍ ସେଠୀ ଆଦି ପିଡିତା ଛାତ୍ରଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ବୁଝିଥିଲେ । ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେଶ୍ୱର ବେହେରା, ସହକାରୀ ଶିକ୍ଷକ ଶଙ୍କର୍ଷଣ ତରେଇ, ଶିକ୍ଷୟିତ୍ରୀ ମିଲି ନାୟକ, ସେହି ବିଦ୍ୟାଳୟର ଏସଏମ୍‌ସି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଉକ୍ତ ଆର୍ଥିକ ସହାୟତା ରାଶି ପିଡିତା ଛାତ୍ରଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା । ସେହିପରି ପିଡିତା ଛାତ୍ର ଜଗଦୀଶ ନାହାକ କୈାଣସି ବ୍ୟକ୍ତି ସାହାର୍ଯ୍ୟକରିବାକୁ ଚାହାଁନ୍ତି ସେମାନେ ଛତ୍ରପୁର ୟୁଥ ମାସ ସେବା ସଂଘ ମାଧ୍ୟମରେ ଦେଇପାରିବେ ବୋଲି ସମ୍ପାଦକ ସୟଦ ମୁକ୍ତାର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ