କର୍ତ୍ତବ୍ୟପରାୟଣା ମହିଳାଙ୍କ ପରଲୋକ ‌ ‍

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-କ୍ଷେତ୍ରିୟଵରପୁର ପଂଚାୟତ ଗୁଣ୍ଠପଲ୍ଲବା ଗ୍ରାମର ଜନଶୁଣା କର୍ତ୍ତବ୍ୟପରାୟଣା ମହିଳା ତଥା କ୍ଷେତ୍ରିୟଵରପୁର ଆଞ୍ଚଳିକ ସ୍ନାତକ ମହା-ବିଦ୍ୟାଳୟର ବିଜ୍ଞାନାଗାର ରକ୍ଷକ ଭୂଷଣ ଗୈାଡଙ୍କ ମାଆ କୁନି ଗୈାଡଙ୍କ ରବିବାର ସନ୍ଧ୍ୟାରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ବହୁଦିନ ଧରି ରୋଗାକ୍ରାନ୍ତ ଅବସ୍ଥାରେ ଚିକିତ୍ସିତ ହେଉଥିଲେ I ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ‌ପୁତ୍ର, ବୋହୂ, ନାତି, ନାତୁଣୀ, ବନ୍ଧୁବାନ୍ଧବ ସହ ବହୁ ଗ୍ରାମବାସୀ ଊପସ୍ଥିତ ଥିଲେ I ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗୀୟା କୁନିଙ୍କ ଅନ୍ତିମ ଦର୍ଶନ କରିଥିଲେ I ପୁଅ ଭୂଷଣ ଗୈାଡ ମୁଖାଗ୍ନି ଦେଇଥିଲେ । ସେ ଜଣେ କର୍ତ୍ତବ୍ୟପରାୟଣା, ଧର୍ମ ପରାୟଣା ଏବଂ ପରୋପକାରୀ ମହିଲା ଭାବେ ଅଞ୍ଚଳରେ ପରିଚିତ ଥିବା ବେଳେ ତାଙ୍କରି ମୃତ୍ୟୁରେ ଗ୍ରାମରେ ଶୋକରଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ