କର୍ତ୍ତବ୍ୟରତ ମହିଳା ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଧ୍ୟାପକଙ୍କ ନାମରେ ଏତଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ସଂକ୍ରମଣ ମୁକାବିଲା ଦିଗରେ କର୍ତ୍ତବ୍ୟରତ ଜଣେ ମହିଳା ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମୁଣ୍ଡା ସାହି ଅଞ୍ଚଳରେ। କୋଭିଡ଼ ଆଇନକୁ ଉଲଘଂନ କରି ମୁଣ୍ଡା ସାହିରେ ଶନିବାର ଦିନ ଜଣେ ମୃତ ବ୍ୟକ୍ତିଙ୍କ ଶ୍ରାଦ୍ଧକ୍ରିୟା ଚାଲିଥିବା ବେଳେ ସେଥିରେ କୋଲକାତାରୁ ଆସି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଯୋଗ ଦେଇଥିବା ବିଷୟ ସୂଚନା ପାଇବା ପରେ ବାଲିଗୁଡା ତହସିଲଦାର ଖିରାବ୍ଧିତନୟା ସାହୁ ଘଟଣାସ୍ଥଳରେ ପହଂଚି ଥିଲେ। କୋଲକାତାରୁ ଆସିଥିବା ସେହି ୪ ଜଣ କୌଣସି ପ୍ରାଧୀକୃତ ଅଧିକାରୀଙ୍କ ଠାରୁ ଅନୁମତି ଆଣିନଥିଲେ।ତହସିଲଦାର ଏହି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଆଦିବାସୀ ମହାବିଦ୍ୟାଳୟର ଇଂରାଜି ବିଭାଗ ଅଧ୍ୟାପକ ତେଜେଶ୍ୱର ନାୟକ ନାମକ ଜଣେ ବ୍ୟକ୍ତି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କହିଥିଲେ, ତମେ ଜଣେ ମହିଳା ଅଫିସର ତେଣୁ ମୋତେ ଭୟ କରିବା ଉଚିତ। ସେ ତହସିଲଦାରଙ୍କୁ ଧମକ ଦେଇ କହିଥିଲେ ଯେ, ଜଲଦି ଏ ଜାଗା ଛାଡି ନ ଗଲେ ସମସ୍ତଙ୍କ ସାମ୍ନାରେ …..। କେବଳ ସେତିକି ନୁହେଁ, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତହସିଲଦାରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ପଥର ଫୋପାଡ଼ି ଥିଲେ ହେଲେ ସୌଭାଗ୍ୟବଶତଃ ତାହା ବାଜିନଥିଲା। ପରେ ତେଜେଶ୍ୱର ନାୟକ ତହସିଲଦାରଙ୍କୁ ବଳପୂର୍ବକ ଠେଲି ଦେବାରୁ ସେ ତଳେ ପଡିଯାଇଥିଲେ। ତହସିଲଦାର ଖିରାବ୍ଧିତନୟା ସାହୁ ଏହି ଘଟଣା ସମ୍ପର୍କରେ ବାଲିଗୁଡା ଥାନାରେ ଏତଲା ଦେବା ସହ କନ୍ଧମାଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ