କର୍ଫ୍ୟୁ ସ୍ଥିତି ନେଇ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସହିତ ଜିଲ୍ଲାପାଳ ଓ ଏସପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରାଞ୍ଚଳରେ ଜାରି ରହିଥିବା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରୀକା ନାଥ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ବିଭିନ୍ନ ବର୍ଗର ପ୍ରତିନିଧି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଆଲୋଚନା କରିଛନ୍ତି। ଉକ୍ତ ବୈଠକରେ ଏଫଏମ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ ତଥା କବି ଶ୍ରୀ ପ୍ରଶାନ୍ତ ଦାସ, ଏଫଏମ କଲେଜର ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ଶିରୀଷ ଚନ୍ଦ୍ର ଜେନା ଏବଂ ବାଲେଶ୍ୱର ବିଏଡ଼ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ଦ୍ୱାରା ସମସ୍ତ ସମୟାନୁବର୍ତ୍ତୀ ପଦକ୍ଷେପ ନିମନ୍ତେ ପ୍ରଶଂସା କରିଥିଲେ I ଏହି ଆଲୋଚନାରେ ଉପସ୍ଥିତ ବ୍ୟକ୍ତି ବିଶେଷ ବର୍ତ୍ତମାନର ପରିସ୍ଥିତି ଉପରେ ନିଜର ମତ ପ୍ରକାଶ କରିବା ସହ ଯଥାଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଆଲୋଚନାରେ ଭାଗ ନେଇଥିବା ଏଫଏମ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ କହିଥିଲେ କି, ଆମେ ଆମର ପ୍ରିୟ ବାଲେଶ୍ୱରରେ ସ୍ଥାୟୀ ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ ଏକଜୁଟ ଅଛୁ। ମୁଁ ପ୍ରତ୍ୟେକ ବାସିନ୍ଦାଙ୍କୁ ସଂଯମତା ଅବଲମ୍ବନ କରିବାକୁ ଏବଂ କୌଣସି ମହଲରୁ ଉତ୍ତେଜନାକୁ ପ୍ରତ୍ୟାଖ୍ୟାନ କରିବାକୁ ଅନୁରୋଧ କରୁଛି। ସଭା ଶେଷରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗଣମାଧ୍ୟମ ଜରିଆରେ ବାଲେଶ୍ୱରବାସୀଙ୍କୁ ଏକ ଆବେଗପୂର୍ଣ୍ଣ ମିଳିତ ନିବେଦନ କରିଥିଲେ। ସେମାନେ ସମସ୍ତ ନାଗରିକଙ୍କୁ ଶାନ୍ତ ରହିବାକୁ, ଆଇନକୁ ସମ୍ମାନ ଦେବାକୁ ଏବଂ କୌଣସି ସୂତ୍ରରୁ ଗୁଜବ କିମ୍ବା ଅପପ୍ରଚାରରେ ବିଭ୍ରାନ୍ତ ହେବାକୁ ମନା କରିବାକୁ ଆହ୍ୱାନ ଦେଇଛନ୍ତି।ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଏହି ଆଲୋଚନାରୁ ମିଳିଥିବା ଅମୂଲ୍ୟ ତଥ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସମୟରେ ପ୍ରତିନିଧିମାନଙ୍କ ପରାମର୍ଶକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ଜେନା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ