କର୍ମକାଣ୍ଡ ବିଶାରଦ ପଣ୍ଡିତ କମ୍ବୁଧର ପାଢ଼ୀଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର କର୍ମକାଣ୍ଡ ବିଶାରଦ ପଣ୍ଡିତ କମ୍ବୁଧର ପାଢ଼ୀଙ୍କ ଆଜି ସକାଳ ୭ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ଭାଇ ଗଙ୍ଗାଧର ପାଢ଼ୀ, ପୁଅ କାହ୍ନୁ ଚରଣ ପାଢ଼ୀ, ତପନ କୁମାର ପାଢ଼ୀ, ପୁତୁରା ଜିତେନ୍ଦ୍ର କୁମାର ପାଢ଼ୀ, ଝିଅ ଉମାମଣି ପାଢ଼ୀ, ରୀନା ପାଢ଼ୀ, ବୋହୁ ତପସ୍ୱିନୀ ପାଢ଼ୀ, ଶଶିକଳା ପାଢ଼ୀ, ବିନି ପାଢ଼ୀ, ନାତି ବିଷ୍ଣୁ ଚରଣ ପାଢ଼ୀ, ଚିକି ପାଢ଼ୀ, ରୀତୁ, ନିତୁ, ରଙ୍କ ଙ୍କ ସମେତ ସମସ୍ତ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ସେ ଏକାଧାରରେ ଜଣେ କର୍ମକାଣ୍ଡ ବିଶାରଦ, ଜ୍ୟୋତିଷଶାସ୍ତ୍ର ନିପୁଣ ଓ ଜଣେ ସୁବିଜ୍ଞ ବ୍ରାହ୍ମଣ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ଶାସଙ୍ଗ ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ୩୭ନଂ ଜୋନର ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ଅନାଦି ଚରଣ ବିଶ୍ୱାଳ, ପ୍ରାଣବଲ୍ଲବ ବିଶ୍ୱାଳ, ଚିନ୍ତାମଣି ପାଢ଼ୀ, ମୋହନ ଚରଣ ପାଢ଼ୀ, ବସନ୍ତ କୁମାର ଆଚାର୍ଯ୍ୟ, ନିତ୍ୟାନନ୍ଦ ପାଢ଼ୀ, ମଧୁସୁଦନ ପାଢ଼ୀ, କିଶୋର ଆଚାର୍ଯ୍ୟ, ଶଶିର କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ଦେବେନ୍ଦ୍ର କୁମାର ଜେନା, କଳ୍ପତରୁ ସ୍ୱାଇଁ, ରବିନ ପାଢ଼ୀ, ଉଦୟନାଥ ବାରିକ, ହିମାଶୁଂ ନାୟକ, ନିରଞ୍ଜନ ବିଶ୍ୱାଳ, ସୁବୋଧ ଆୟଚ, ସତ୍ୟାନନ୍ଦ ଜେନା, ଦିଲ୍ଲିପ ଜେନା, ଅକାଲୁ ରାଉ. ସଞ୍ଜୟ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଶାସଙ୍ଗ, ଚୋରଗଡିଆ, ଗୋପାଳପୁର, ଘୋଷରାପଦା ଆଦି ଗ୍ରାମ ପରିକ୍ରମା କରାଯାଇ ତାଙ୍କର କର୍ମକ୍ଷେତ୍ର ରଗୁଡି ଗାଁକୁ ନିଆଯାଇ ସେଠାରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତପନ କୁମାର ପାଢ଼ୀ ମୁଖାଗ୍ନି ଦେଇଥିବାବେଳେ କଳାକର ସା, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ଆନନ୍ଦ ଚନ୍ଦ୍ର ଦେବାତା, ଦାଶରଥି ଦେବତା, ସୁବାସ ଚନ୍ଦ୍ର କର, ପୁନିଆ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ