କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ବ୍ଲକ କାର୍ଯ୍ୟାଳୟ ସିଲ୍

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ଜଣେ ବରିଷ୍ଠ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଏହାପରେ ବ୍ଲକ କାର୍ଯ୍ୟାଳୟକୁ ସିଲ କରାଯିବାସହ ସାନିଟାଇଜ ମଧ୍ୟ କରାଯାଇଛି। ସେହିଭଳି ଗତ ୪ ଦିନ ହେଲା ଫିରିଙ୍ଗିଆ ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ଏଥିପାଇଁ ଆସନ୍ତା ୨ ତରିଖ ପର୍ଯ୍ୟନ୍ତ ଫିରିଙ୍ଗିଆ ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି। ଫିରିଙ୍ଗିଆ ସହର ତଥା ଆଖପାଖ ଅଞ୍ଚଳରେ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡା. ଜେ ସାଇ ରଜତରଶ୍ମି ଏହି ସ୍କ୍ରିନିଂ ପ୍ରକ୍ରିୟାକୁ ଯାଞ୍ଚ କରୁଥିବାବେଳେ ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ