କର୍ମବୀର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

ବୁଗୁଡା, (ଅନିଲ ମହାରଣା): ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରଥମ ପାଳିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଗୁଡା ବ୍ଲକ ଗସ୍ତରେ ଆସି ବାଲିପଦର ହାଇ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇଥିଲେ।ସେହି ସାଧାରଣ ସଭାରେ ବୁଗୁଡା ବ୍ଲକର ବୟୋଜ୍ୟେଷ୍ଠ ବିଜେଡି ନେତା ରେବତୀ ମୋହନ ନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେଯେ ତାଙ୍କର ରାଜନୈତିକ ଜୀବନ ମଧ୍ୟରେ ଶ୍ରୀକାନ୍ତ ସାହୁ ବିଧାୟକ ଭାବେ ଯେପରି ବିଭିନ୍ନ ଅଞ୍ଚଳ ବୁଲି ଜନସାଧାରଣଙ୍କ ଅଭାବ ଅସୁବିଧା ବୁଝୁଛନ୍ତି ସେହିପରି ବିଧାୟକ ମୁଁ ପୂର୍ବରୁ କେବେ ଦେଖିନାହିଁ। ବାସ୍ତବିକ ଯଦି ପୂର୍ବର କୋଦଳା ଓ ଜଗନ୍ନାଥପ୍ରସାଦ ନିର୍ବାଚନ ମଣ୍ଡଳୀ ହେଉ ବା ବର୍ତ୍ତମାନର ପୋଲସରା ନିର୍ବାଚନ ମଣ୍ଡଳୀ ହେଉ, ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଭଳି କଠିନ ପରିଶ୍ରମ କରି ବିଭିନ୍ନ ଅଞ୍ଚଳ ବୁଲି ଜନସାଧାରଣଙ୍କ ନିକଟତର ହୋଇ ଅଭାବ ଅସୁବିଧା ବୁଝିବା ଅନ୍ୟ କୌଣସି ବିଧାୟକ କରିନଥିଲେ। ଯଦି ଗତ ୨୦୨୦ ମଇ ୩ ତାରିଖ ଠାରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ଏକ ମାସର ବିଭିନ୍ନ ଘଟଣା ଉପରେ ଦୃଷ୍ଟିପାତ କରିବା ତବେ ଆମେ ତାଙ୍କୁ ନିଶ୍ଚୟ କର୍ମବୀର କହିବା। ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହଯୋଗର ହାତ ବଢାଇଥିବା ତାଲିକା ଦେଖିବା ତେବେ ଆମେ ତାହା ଅନୁଭବ କରି ପାରିବ। ଯେଉଁ ସବୁ ବ୍ୟକ୍ତି ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଛନ୍ତି ଓ ବିଧାୟକ ଶ୍ରୀ ସାହୁ ସେମାନଙ୍କ ପରିବାରକୁ ଭେଟିଛନ୍ତି ସେମାନେ ହେଲେ, ୩/୫ ରେ କଳିଙ୍ଗା ଘାଟିରେ ପ୍ରାଣ ହରାଇଥିବା( ୧ ) ବୁବୁଡା ବ୍ଲକ ବରଡିପଲ୍ଲୀ ଗ୍ରାମର ସ୍ବର୍ଗତ ଚିତ୍ତରଞ୍ଜନ ବେହେରା,( ୨) ବୁଗୁଡା ଏନଏସି ର ସ୍ୱର୍ଗତ ସନ୍ତୋଷ ସେଠୀ, ପ୍ରତ୍ୟେକ ପରିବାରକୁ ୫ ହଜାର ଟଙ୍କା, ୮/୫ ରେ ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର( ୩ )ସ୍ବର୍ଗତ ପ୍ରଫୁଲ ବେହେରା, ଯିଏକି ଗଞ୍ଜାମ ଜିଲ୍ଲାର ପ୍ରଥମ କରୋନା ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ହଜାର ଟଙ୍କା,( ୪ ) ଗତ୧୬/୫ ରେ ବୁଗୁଡା ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ବାଘୁଆ କେନାଲରେ ବୁଡି ମୃତ୍ୟୁ ବରଣ କରିଥିବା ଭମା ନାୟକ,( ୫ )ଗତ ୨୪/୫ ରେ ତାମିଲନାଡୁର ମୃତ୍ୟୁ ବରଣ କାଇଥିବା ବୁଗୁଡା ବ୍ଲକ ବେଠିଆ ବୋରଦାର ତ୍ରିନାଥ ମହାରଣା,( ୬ )ଗତ ୨୪/୫ ରେ ବୁଗୁଡା ବ୍ଲକ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ିଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା, (୭ ) ଗତ ୨୪/୫ ରେ ବାଘୁଆ ନଦୀ ଗଣ୍ଡରେ ବୁଡି ପ୍ରାଣ ହରାଇଥବା ବୁଗୁଡା ବ୍ଲକ ଭାମଶ୍ୟାଳି ଗ୍ରାମର କାହ୍ନୁ ନାହାକ, ( ୮ ) ଗତ ୨୮/୫ ପୂର୍ବରୁ ସୁରାଟର ରେଳ ଷ୍ଟେସନରେ ମୃତ୍ୟୁ ବରଣ କରିଥିବା ଖାଇରଚଟା ଗ୍ରାମର ସିଲୁ ଜେନା ( ୯ ) ଗତ ୨୯/୫ ରେ ସୁରାଟରୁ ଆମ୍ବୁଲାନ୍ସ ଯୋଗେ ଫେରୁଥବା ବେଳେ ମହାରାଷ୍ଟ୍ର ସୀମାରେ ମୃତ୍ୟୁ ବରଣ କରିଥିବା ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ିଙ୍କ ପରିବାରକୁ ୧୦ ହଜାର ଟଙ୍କା, (୧୦ ) ଗତ ୨୯/୫ରେ ପୋଲସରା ବ୍ଲକ ଧୋୟାକଣା ଗ୍ରାମର ଜିତେନ୍ଦ୍ର ପ୍ରଧାନ ( ୧୧ ) ଗତ ୩୧/୫ ରେ ପୋଲସରା ବ୍ଲକ ବାଲିଛାଇ ଗ୍ରାମର କ୍ୟାନ୍ସର ରୋଗରେ ମୃତ୍ୟୁ ବରଣ କରିଥିବା ସନ୍ଧ୍ୟା ସାହୁ, (୧୨) ଗତ ୧/୬ ରେ ଆନ୍ଧ୍ରପ୍ରଦେଶରେ ପ୍ରାଣ ହରାଇଥିବା ପୋଲସରା ବ୍ଲକ ରୁମାଗଡ଼ର ଯଜ୍ଞସେନି ନାହାକ, ( ୧୩ ) ଗତ ୧/୬ ରେ ବୁଗୁଡା ବ୍ଲକ ତାକରଡ଼ା ଗ୍ରାମର ବଜ୍ରାଘାତରେ ପ୍ରାଣ ହରାଇଥିବା ସନ୍ତୋଷ ଗୌଡ଼ ଓ ( ୧୪ ) ନୀଳାଞ୍ଚଳ ଆଲଟିଆ ଏବଂ ( ୧୫ ) ଗତ ୧/୬ ରେ ବଜ୍ରାଘାତରେ ପ୍ରାଣ ହରାଇଥିବା ବୁରୁଝୋଳା ଗ୍ରାମର ସୀମାଞ୍ଚଳ ପ୍ରଧାନ। ଏହି ସମସ୍ତ ବ୍ୟକ୍ତିଙ୍କ ପରିବାରକୁ ବିଧାୟକ ଶ୍ରୀକାନ୍ତ ସାହୁ ବ୍ୟକ୍ତିଗତ ଭାବେ ଭେଟି ସମବେଦନା ଜଣାଇବା ସହ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥି ସହ ବଜ୍ରାଘାତରେ ଆହତ ହୋଇ ଚିକିତ୍ସା ହୋଇ ଫେରିଥିବା ତାକରଡ଼ା ଗ୍ରାମର ବଳରାମ ଗୌଡ଼ଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ସ୍ୱନ୍ତନା ଦେଇଥିଲେ। ଆସାମରେ ଫସିଥିବା ଗଞ୍ଜାମ ଜିଲ୍ଲାର ଓଡ଼ିଆ ଶ୍ରମିକ ମାନଙ୍କୁ ବିମାନ ଯୋଗେ ଗତ ଜୁନ ୩ ତାରିଖରେ ଓଡିଶା ଫେରାଇ ଆଣିବାରେ ସହଯୋଗ କରିଥିବା ବେଳେ ନିଜେ ଭୁବନେଶ୍ୱର ବିମାନ ବନ୍ଦରରେ ରହି ସ୍ୱତନ୍ତ୍ର ବସ ଯୋଗେ ଗଞ୍ଜାମ ପଠାଇଥିଲେ। ପୋଲସରା ନିର୍ବାଚନ ମଣ୍ଡଳୀର ଯେକୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ସେଠାକୁ ନିଶ୍ଚିତ ଭାବେ ଯାଇ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସରକାରୀ ସୁବିଧା ପାଇବା ପାଇଁ ବନ୍ଦୋବସ୍ତ କରିଥାନ୍ତି। ଏଥିସହ ଏହି ମାସ ମଧ୍ୟରେ ବିଧାୟକ ଶ୍ରୀକାନ୍ତ ସାହୁ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଭେଟି ସେମାନଙ୍କ ଅଭାବ ଅସୁବିଧା ବୁଝି ପ୍ରତିକାର ବ୍ୟବସ୍ଥା ପାଇଁ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଉପରୋକ୍ତ ଘଟଣାରୁ ଜଣାପଡୁଛିଯେ ଜନତାଙ୍କ ସେବାପାଇଁ ଦିବାରାତ୍ର ଏକା କରିଦେଇଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଣେ କର୍ମବୀର ଏଥିରେ ସନ୍ଦେହ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ