କର୍ଲାପାଟ ଅଭୟାରଣ୍ୟ ରେ ୬ ହାତୀ ମୃତ୍ୟୁ ଘଟଣା ର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୪ ଜଣିଆ ଟିମ୍

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କର୍ଲାପାଟ ଅଭୟାରଣ୍ୟ ରେ ୬ ହାତୀ ମୃତ୍ୟୁ ଘଟଣା ର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୪ ଜଣିଆ ଟିମ୍ ଆଜି କଳାହାଣ୍ଡି ପହଂଚିବେ । ଟିମ୍ ରେ ଡଃ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ଓ୍ବଇଲଡ ଲାଇଫ, ଡଃ.ପି.ପି ପଣ୍ଡା କୋର୍ଡିନେଟର ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟର, ପ୍ରୋଫେସର ଡଃ. ନିରଞ୍ଜନ ସାହୁ, ସେଣ୍ଟର ଓ୍ବଇର୍ଡ ଲାଇଭ ,ଓଡ଼ିଶା, ପଦ୍ମଶ୍ରୀ ଡଃ.କେକେ ଶର୍ମା ଭେଟନାରୀ କଲେଜ ଆସାମ । ହାତୀ ମୃତ୍ୟୁ ର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହେଲା ପରେ ଏହା କିପରି ଅଭୟାରଣ୍ୟ ର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକା ଅନୁଧ୍ୟାନ କରିବେ । ଫଳରେ ଦେଶ ରେ ସ୍ଥିତ ଅଭୟାରଣ୍ୟ ରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପ ର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚ ସ୍ତରୀୟ କମିଟି ସରକାର କୁ ପରାମର୍ଶ ଦେବେ । କର୍ଲାପାଟ ଅଭୟାରଣ୍ୟ ରେ ୧୪ ଦିନ ମଧ୍ୟରେ ୬ ହାତୀ ର ମୃତ୍ୟୁ ଗଜରାଜ ସଂକଟ କୁ ନେଇ ଦେଶ ରେ ଚିନ୍ତା ବଢାଇ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ