କଲରାପତିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର‌୍ୟ୍ୟାଳୟ ଅଧିନସ୍ଥ ବିଶୋଇ ବ୍ଲକର ଖଡମବେଡା ଅନ୍ତର୍ଗତ ତାରଣା ଗାଁରେ ମଙ୍ଗଳବାର ରାତି ୨.୩୦ ସମୟ ପାଖାପାଖିରେ କଲରାପତରିଆ ବାଘ ଆକ୍ରମଣରେ ଭାଉଜ ଓ ଦିଅର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ମଙ୍ଗଳବାର ବିଳମ୍ବିତ ରାତିରେ ଜଙ୍ଗଲକୁ ଲାଗିଥିବା ତାରଣା ଗାଁର ମଇନା ହାଁସଦା(୪୭) ଏକ କରିବାକୁ ଘର ବାହାରକୁ ବାହାରିଥିବାବେଳେ ହଠାତ୍ ଦାଣ୍ଡ ଦୁଆରେ ଥିବା କଲରାପତରିଆ ବାଘ ଆକ୍ରମଣରେ ଶିକାର ହୋଇଥିଲେ ।ଭାଉଜର ରକ୍ଷାକର ରକ୍ଷାକର ଚିତ୍କାର ଶୁଣି ଦିଅର ସମାୟ ହାଁସଦା ଉଠି ବାଘ ଭାଉଜକୁ ଆକ୍ରମଣ କରୁଥିବା ଦେଖି ବାଘକୁ ଛଡାଉଥିଲେ ।ଭାଉଜକୁ ବାଘ ଛାଡି ଦିଅରକୁ ବଆକ୍ରମଣ କରି ତଳେ ପକାଇ କାମୁଡି ରକ୍ତାକ୍ତ କରିଦେଇଥିଲା ।ଏମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଉଠି ବାଘକୁ ଗୋଡ଼ାଇ ଥିଲେ ।ବାଘଟି ନିଘଞ୍ଚ ଜଙ୍ଗଲ ଭିତରକୁ ଖସି ପଳାଇଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦଶରଥ ଏବଂ ମଇନାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ଦଶରଥ ହାତ, ପାପୁଲିକୁ କାମୁଡି ଦେଇଥିବାବେଳେ ମଇନାର‌ ବାହୁକୁ କାମୁଡି ଦେଇଛି । ପରିବାର ଲୋକେ ବନ ବିଭାଗକୁ ଜଣାଇଥିଲେ ।ଦୁଃଖର ବିଷୟ ବନ ବିଭାଗ ପିଡିତମାନଙ୍କୁ ନ ଭେଟି ତାରଣା ଗାଁକୁ ତଦନ୍ତ କରିବା ପାଇଁ ଯାଇଛନ୍ତି ।ବାଘ କାମୁଡିବା ଘଟଣା ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଦଶରଥ ଉପସ୍ଥିତି ବୁଦ୍ଧି ଯୋଗୁଁ ଭାଉଜର ଜୀବନ ରକ୍ଷା ପାଇଗଲା । ଅଳ୍ପକେ ବାଘ ଆକ୍ରମଣରୁ ଦୁଇଟି ଜୀବନ ରକ୍ଷା ପାଇଗଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ