କଲର କୋଟିଂ ଲାଇନ ପାଇଁ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ଓ ଜନ କକେରିଲ ଇଣ୍ଡିଆ ମଧ୍ୟରେ ଯୋଗାଣ ସହଯୋଗିତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିସି ଜିନ୍ଦଲ ଗ୍ରୁପର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ଉନ୍ନତ ମାନର କଲର କୋଟିଂ ଲାଇନ ପାଇଁ ଜନ କକେରିଲ ଇଣ୍ଡିଆ ଲିମିଟେଡ ସହ ଯୋଗାଣ ରାଜିନାମା ସ୍ୱାକ୍ଷର କରାଯାଇଛି । ଏହି ସହଯୋଗିତାର ଅଂଶ ସ୍ୱରୂପ ଜିନ୍ଦଲ (ଇଣ୍ଡିଆ) ଲିମିଟେଡର ରାଣୀହାତୀ ୱାର୍କସରେ ଉନ୍ନତ ମାନର କଲର କୋଟିଂ ଲାଇନ ସ୍ଥାପନ କରାଯିବ । କୋଟେଡ ଇସ୍ପାତର ବାର୍ଷିକ ଉତ୍ପାଦନ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ସହ ଉଚ୍ଚ ମାନର ଇସ୍ପାତ ବଜାରରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ଏହାର ଉପସ୍ଥିତିକୁ ଆହୁରି ସମ୍ପ୍ରସାରିତ କରିପାରିବ ।ଏହି ଉନ୍ନତ କଲର କୋଟିଂ ଲାଇନ ଦ୍ୱାରା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ଉଚ୍ଚ ଗୁଣାତ୍ମକ ମାନର ଇସ୍ପାତ ଉତ୍ପାଦନ କରିପାରିବ । ସ୍ଥାନୀୟ ଉଚ୍ଚ ମାନର ଇସ୍ପାତ ବଜାରରେ ପ୍ରତିଦ୍ୱନ୍ଦ୍ୱିତା ଭାବରେ ଉନ୍ନତି ଆଣି କମ୍ପାନି ଏହି ପ୍ରକଳ୍ପ ଜରିଆରେ ନିର୍ମାଣ ଓ ଆପ୍ଲାଏନସେସ କ୍ଷେତ୍ର ପାଇଁ ଏହାର ଉଚ୍ଚ ମାନର ଇସ୍ପାତ ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରଣ କରିପାରିବ ।ଜିନ୍ଦଲ (ଇଣ୍ଡିଆ) ଲିମିଟେଡର ଏହି ପୁଞ୍ଜିନିବେଶ ଦକ୍ଷତା ଏବଂ ସ୍ଥାୟିତ୍ୱକୁ ବଢ଼ାଇବା ସହିତ ପ୍ରିମିୟମ୍ ଇସ୍ପାତ ଉତ୍ପାଦ ଉତ୍ପାଦନ ପାଇଁ ଏହାର ସମର୍ପଣକୁ ଦର୍ଶାଉଛି । ଜନ୍ କକେରିଲ୍ ଏହି ପଦକ୍ଷେପରେ ଆମର ଅଂଶୀଦାର । କାରଣ ନିରନ୍ତର ଷ୍ଟ୍ରିପ୍ ପ୍ରୋସେସିଂ ଲାଇନ୍ ଡିଜାଇନ୍ ଏବଂ ନିର୍ମାଣରେ ଏହାର ବ୍ୟାପକ ଦକ୍ଷତା ରହିଛି ଏବଂ ଆମେ ବିଶ୍ୱାସ କରୁ ଯେ ଏହି ସହଯୋଗିତା ନିରନ୍ତର ଗୁଣବତା ପ୍ରଦାନ ଏବଂ ଗ୍ୟାରେଣ୍ଟି ଦେବା ପାଇଁ ଆମର ନିରନ୍ତର ପ୍ରୟାସ ସହିତ ସମାନ ବୋଲି ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପ୍ରବକ୍ତା କହିଛନ୍ତି ।ଏହି ରାଜିନାମା ଅନୁସାରେ ଜନ କକେରିଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ଦୁଇ ପେ-ଅଫ ରିଲ, ଷ୍ଟିଚର ମେସିନ, ବିବିଧ-ସ୍ତର ସଫେଇ ସେକ୍ସନ, ଏକ ଭର୍ଟିକାଲ ଏଂଟ୍ରି ଆକ୍ୟୁମୁଲେଟର, ଟେନସନ ଲେଭେଲର, କେମିକାଲ କୋଟିଂ, ଡ୍ରାଇଂ ଓ ପେଂଟ କୋଟର ସହିତ କ୍ୟୁରିଂ ଓଭେନ, ଆରଟିଓ, ଏକଜିଟ ଆକ୍ୟୁମୁଲେଟର, ନିରୀକ୍ଷଣ ଷ୍ଟେସନ, କୋଲ୍ଡ ଲାମିନେଟର ଓ ଦୁଇଟି ଟେନସନ ରିଲ ଦମେତ ସମ୍ପୂର୍ଣ୍ଣ କଲର କୋଟିଂ ଲାଇନ ପ୍ରଦାନ କରାଯିବ । ଏହି ସଦ୍ୟତମ ପ୍ରଯୁକ୍ତିର ଉପଯୋଗ କରି କଲର କୋଟିଂ ଲାଇନ ବ୍ୟାପକ ମୋଟେଇ ଓ ଚଉଡ଼ାର ଇସ୍ପାତ ଷ୍ଟ୍ରିପର ପରିଚାଳନା କରିପାରିବ । ଏହା ପଲିଷ୍ଟର, ଆରଏମପି, ଏସଏମପି, ଇପକ୍ସି, ପିଭିସି, ପିୟୁ, ପିଭିଡବ୍ଲୁଏଫ ଓ ଟେଫଲନ ପେଂଟ କୋଟିଂ ସହ ବିଭିନ୍ନ ପ୍ରକାରର କୋଟେଡ ଉତ୍ପାଦ ବିକାଶ କରିପାରିବ ।
ଜନ୍ କକେରିଲ୍ ଇଣ୍ଡଷ୍ଟ୍ରିର ସଭାପତି ତଥା ଜନ୍ କକେରିଲ୍ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ ବୋର୍ଡର ଅଧ୍ୟକ୍ଷ ଫ୍ରାଙ୍କୋଇସ୍ ଡେଭିଡ୍ ମାର୍ଟିନୋ କହିଛନ୍ତି ଯେ, “ଜିନ୍ଦଲ (ଇଣ୍ଡିଆ) ଲିମିଟେଡର ସମ୍ପ୍ରସାରଣ ଯୋଜନାର ଅଂଶ ହୋଇ ଆମେ ଆନନ୍ଦିତ । ଉନ୍ନତ ଇସ୍ପାତ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତ, ଦୀର୍ଘମିଆଦୀ ଅଂଶୀଦାରଙ୍କ ସହ ସହଯୋଗ କରିବା ବିଶେଷ କରି ଅଟୋମୋଟିଭ୍ ଏବଂ ହ୍ୱାଇଟ ଗୁଡସ୍ ଭଳି ଉଚ୍ଚସ୍ତରୀୟ କ୍ଷେତ୍ରରେ ଉତ୍କର୍ଷତା ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ । ଜନ୍ କକେରିଲ୍ ଇଣ୍ଡିଆ ଲିମିଟେଡ ସହ ଜିନ୍ଦଲ ଇଣ୍ଡିଆର ଏହା ହେଉଛି ତୃତୀୟ କଲର୍ କୋଟିଂ ଲାଇନ୍ ରାଜିନାମା ।”ନୂଆ କଲର କୋଟିଂ ଲାଇ ୨୦୨୫ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି ।